Categories: ଖେଳ

ବିଗ୍‌ ବି’ଙ୍କୁ ମିଳିଲା ବିଶ୍ୱକପ୍‌ର ଗୋଲଡେନ୍‌ ଟିକେଟ୍‌

ଆଜିକାଲି ଅମିତାଭ ବଚ୍ଚନ କୁଇଜ୍‌ ଶୋ’ ‘କୌନ ବନେଗା କରୋଡପତି’ର ୧୫ତମ ସିଜନ ହୋଷ୍ଟ କରୁଛନ୍ତି। ପ୍ରତ୍ୟେକ ଥର ପରି ଲୋକମାନେ ଅମିତାଭ ବଚ୍ଚନଙ୍କ ମଜାଳିଆ ଶୈଳୀକୁ ପସନ୍ଦ କରୁଛନ୍ତି। ଏହି ଶୋ’ ମାଧ୍ୟମରେ ଅମିତାଭ ବଚ୍ଚନ କ୍ରିକେଟ୍‌କୁ କେତେ ପସନ୍ଦ କରନ୍ତି ସେ ନିଜେ ପ୍ରକାଶ କରିଛନ୍ତି। ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ପୂର୍ବରୁ ବଲିଉଡ କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କୁ ଏକ ଗୋଲଡେନ୍‌ ଟିକେଟ ପ୍ରଦାନ କରିଛନ୍ତି।
ଅମିତାଭ ବଚ୍ଚନ ଭାରତୀୟ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଏହାକୁ ଦୃଷ୍ଟିରେ ରଖି ଜୟ ବିଗ ବିଙ୍କୁ ’ଟିକେଟ ଦେଇଛନ୍ତି। ଏହି ଟିକେଟ ସହିତ ଅଭିନେତା ବର୍ତ୍ତମାନ ବିଳାସପୂର୍ଣ୍ଣ ଭିଆଇପି ଷ୍ଟାଣ୍ଡରୁ ମାଗଣାରେ ସମସ୍ତ ମ୍ୟାଚ ଦେଖିପାରିବେ। ଅମିତାଭ ବଚ୍ଚନଙ୍କୁ ଏହି ଟିକେଟ ଉପହାର ଦେବା ବିଷୟରେ ବିସିସିଆଇ ଏହାର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ପୋଷ୍ଟ କରିଛି।
ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଏହାର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଜୟ ଶାହା ଅମିତାଭ ବଚ୍ଚନଙ୍କୁ ଏକ ଗୋଲଡେନ୍‌ ଟିକେଟ ଦେଇଥିବା ଫଟୋ ଶେୟାର କରି ଲେଖିଛନ୍ତି, ଆମର ଗୋଲଡେନ୍‌ ଆଇକନଙ୍କ ପାଇଁ ଗୋଲଡେନ୍‌ ଟିକେଟଙ୍‌ ଜଣେ ମହାନ ଅଭିନେତା ତଥା ଜଣେ ଉତ୍ସର୍ଗୀକୃତ କ୍ରିକେଟ ପ୍ରେମୀ, ଅମିତାଭ ବଚ୍ଚନଙ୍କ ଟିମ ଇଣ୍ଡିଆ ପାଇଁ ଅଦମ୍ୟ ସମର୍ଥନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବାରେ ଲାଗିଛି। ତାଙ୍କୁ ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ବୋର୍ଡରେ ପାଇ ଆମେ ବହୁତ ଖୁସି। ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି ଜୟ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି।

Share