Posted inଜାତୀୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର, ତୁରନ୍ତ କରନ୍ତୁ ଆବେଦନ

ମୁମ୍ବାଇ,୨୮।୨: ଝିଅଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ଯୋଜନା ଦ୍ୱାରା ବାପା-ମାଆଙ୍କୁ ମିଳିବ ୫୦ହଜାର ଟଙ୍କା। ଏହି ଯୋଜନାର ନାମ ହେଉଛି ମାଝି କନ୍ୟା ଭାଗଶ୍ରୀ ଯୋଜନା । ଏହି ଯୋଜନାରେ ସରକାର ଝିଅଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଝିଅଙ୍କ ସଂଖ୍ୟା ବୃଦ୍ଧି କରିବା ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସେହି ପରିବାରଗୁଡିକ ମଧ୍ୟ ଲାଭ ପାଇବେ ଯାହାଙ୍କର ଦୁଇଟି ଝିଅ ଅଛନ୍ତି ।
ଏହି ଯୋଜନାରେ ଅନ୍ତଭୁର୍କ ହେବା ପାଇଁ ଆପଣଙ୍କୁ ରାଜ୍ୟ ସରକାର ଅଫିସିଆଲ ଆକାଉଣ୍ଟକୁ ଭିଜିଟ୍‌ କରିବାକୁ ପଡିବ। ଓ୍ବେସାଇଟରେ ମାଆ ଓ ଝିଅଙ୍କ ନାମରେ ଏକ ମିଳିତ ଆକାଉଣ୍ଟ ଖୋଲାଯାଇଛି । ଏହି ଯୋଜନାରେ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ଏବଂ ୫୦୦୦ ଟଙ୍କା ଓଭରଡ୍ରାଫ୍ଟ ରହିଛି। ଯଦି ମାତାପିତାମାନେ ଝିଅର ଜନ୍ମ ପରେ ବାକରଣ ଅପରେଶନ କରନ୍ତି, ତେବେ ସେମାନେ ୫୦ହଜାର ଟଙ୍କା ପାଇବେ । ଯଦି ଦୁଇ ଝିଅ ହେବା ପରେ ପିତାମାତାମାନେ ବାକରଣ କରନ୍ତି, ତେବେ ପ୍ରତ୍ୟେକ ଆକାଉଣ୍ଟକୁ ୨୫ହଜାର ଟଙ୍କା ମିଳିବ ।
ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀଙ୍କ ପାଇଁ କିଛି ଡକ୍ୟୁମେଣ୍ଟ ରହିବା ବାଧ୍ୟତାମୂଳକ । ଏଥିରେ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ପାସ୍‌ବୁକ, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଠିକଣା ପ୍ରୁଫ ରହିବା ଉଚିତ । ଏହା ବ୍ୟତୀତ ଆବେଦନକାରୀଙ୍କର ଆୟ ପ୍ରମାଣ ମଧ୍ୟ ରହିବା ଉଚିତ। ଏହି ଯୋଜନାରେ ଆବେଦନକାରୀ କେବଳ ଦୁଇ ଝିଅଙ୍କ ନାମରେ ଲାଭ ପାଇବେ ଏହା ପରେ ଆପଣଙ୍କୁ ସେଠାରୁ ମାଝି କନ୍ୟା ଭାଗଶ୍ରୀ ଯୋଜନାର ଫର୍ମ ଡାଉନଲୋଡ କରିବାକୁ ପଡିବ । ଆପଣଙ୍କୁ ଏହି ଫର୍ମକୁ ଅତି ଯତ୍ନର ସହିତ ପୂରଣ କରିବାକୁ ପଡିବ, ଯଦି କୌଣସି ଭୁଲ ଅଛି ତେବେ ଫର୍ମ ବାତିଲ ହୋଇଯିବ । ଫର୍ମ ପୂରଣ କରିବା ପରେ ଆପଣଙ୍କୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଯିବାକୁ ପଡିବ ଏବଂ ସମସ୍ତ ଡକ୍ୟୁମେଣ୍ଟ ସହିତ ଫର୍ମ ଦାଖଲ କରିବାକୁ ପଡିବ। କେବଳ ମହାରାଷ୍ଟ୍ରର ବାସିନ୍ଦା ମାଝି କନ୍ୟା ଭାଗଶ୍ରୀ ଯୋଜନାର ଲାଭ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ବଡ଼ ଖବର: ଗାଁରେ ବି ଚାଲିବ ଅଟୋ-ବାଇକ୍‌ର କ୍ୟାବ୍‌, ଜାଣନ୍ତୁ କେମିତି କରିବେ ବୁକ୍‌…

ନୂଆଦିଲ୍‌ଲୀ,୧୮।୯: ଭାରତ ଟ୍ୟାକ୍ସି (Bharat Taxi) ର ଅନେକ ସହରରେ ପାଇଲଟ ପ୍ରୋଜେକ୍ଟ ଚାଲୁ ରହିଛି। ବର୍ତ୍ତମାନ ଏହି ଭାରତ ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର (Delhi-NCR), ଗୁଜରାଟ,…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?