ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଆସନ୍ତା ୩ ଦିନ ଯାଏ ରାଜ୍ୟରେ…

ଭୁବନେଶ୍ୱର, ୩୦।୭: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ୨ ତାରିଖ ପରେ ପୁନର୍ବାର ବର୍ଷା ହୋଇପାରେ । ମୁଣ୍ଡୁଳୀରେ ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ କ୍ୟୁସେକ ଜଳ ପ୍ରଭାହିତ ସମ୍ଭାବନା। ଆଖୁଆପଦାଠରେ ବିପଦ ସଂକେତ ତଳେ ରହିଛି ବୈତରଣୀ ନଦୀର ଜଳସ୍ତର। ଉପର ମୁଣ୍ଡରେ ବର୍ଷା କମିଛି, ବୈତରଣୀରେ ବନ୍ୟା କମୁଛି। ଯାଜପୁର ଜିଲାରେ ୨ଟି ଘାଇ ହୋଇଛି ।

ସେପଟେ ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ଏବଂ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଟି ମୁହୂର୍ତ୍ତରେ ସିଧାସଳଖ ନଜର ରଖିଥିବା ତାଙ୍କ ‘X’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେ ବନ୍ୟା ପରିସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର(ଏସଆର୍ସି)ଙ୍କ ସହ ଆଲୋଚନା କରିଛନ୍ତି। କେହି ହେଲେ ଆଦୌ ବିଚଳିତ କିମ୍ବା ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଦରେ ବିଷ ମିଶାଇ ସ୍ବାମୀଙ୍କୁ ହତ୍ୟା; ୧୨ ଫୁଟ୍ ଗଭୀର ଗାତରେ ପୋତିଦେଲେ, ୨ ବର୍ଷ ପରେ ଖୋଲିଲା

ଗାନ୍ଧୀନଗର,୩୦।୭: ଚଳଚ୍ଚିତ୍ରଗୁଡ଼ିକ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କିଛି ଚତୁର ବ୍ୟକ୍ତି ଏହାକୁ ଆଧାର କରି ଅପରାଧ ଘଟାଇବା ପାଇଁ ନୂତନ ଉପାୟ ବାହାର କରିଛନ୍ତି।…

ଧୋଇନେଲା ଆପ୍ରୋଚ୍‌ ରାସ୍ତା: ୮ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲା ଜରୁରିକାଳୀନ ପରିଚାଳନା…

ଶୌଚ ସାରି ଫେରୁଥିଲେ ରୁକୁଣୀ, ହଠାତ୍‌ ଉପରେ ପଡ଼ିଲା କାନ୍ଥ: ଆଉ ତା’ପରେ…

ଗୁଣପୁର, ୩୦।୭( ସୁଜାତା ପାଢ଼ୀ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅଧିନ ବାଘ ଡ଼ଙ୍ଗରି ଗ୍ରାମର ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଷୁଡି ପଡିବା…

ସହକାରୀ ଶିକ୍ଷକରୁ ପ୍ରଧାନଶିକ୍ଷକ ଭାବେ ବଦଳି ହେଲେ ପଦ୍ମନ ଶବର, ଭାବବିହ୍ବଳ ହୋଇ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପଦ୍ମନ ଶବରଙ୍କୁ ବୁଧବାର ବିଦ୍ୟାଳୟ ପକ୍ଷରୁ ବଦଳିକାଳୀନ…

ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା: ଆସିବେନି ପିଲା, ରହିବେ ଶିକ୍ଷକ

ଖୋର୍ଦ୍ଧା,୩୦ା୭: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୩୧ ତାରିଖରେ ସ୍କୁଲ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ…

ହଠାତ୍‌ ମୋଦି ସରକାରଙ୍କୁ ପ୍ରଶଂସା କଲେ ୱାଙ୍ଗଚୁକ, କହିଦେଲେ ଏମିତି…

ନୂଆଦିଲ୍ଲୀ, ୩୦।୭: ବିଖ୍ୟାତ ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଏକ ଭିଡିଓ ଶେୟାର କରି ଭାରତୀୟ ରେଲୱେର ପ୍ରଶଂସା କରିଛନ୍ତି। ଏଥିସହ ସେ ଏହା…

୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି।…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଘରୁ ସ୍ବାମୀଙ୍କୁ ଉଠାଇନେଇ ପୋଲିସ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମର ସେ.କୁରେଶୁ ରେଡ୍ଡୀଙ୍କ ଝିଅ କେ. ଭାରତୀ ରେଡ୍ଡୀ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri