Categories: ଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଦୀପାବଳି ବୋନସ୍‌

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଉପହାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ଦୀପାବଳି ବୋନସ୍‌ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏଥିପାଇଁ ୩୭୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ବତ୍ତି ନିଆଯାଇଛି। ଏନେଇ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଓ୍ବଡେକର କହିଛନ୍ତି, ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର୍‌(ଡିବିଟି) ଜରିଆରେ ସିଧା କର୍ମଚାରୀଙ୍କ ଆକାଉଣ୍ଟ୍‌କୁ ବୋନସ୍‌ ଟଙ୍କା ଟ୍ରାନ୍ସଫର୍‌ କରାଯିବ। ଗତ ସପ୍ତାହରେ କେନ୍ଦ୍ର ସରକାରୀଙ୍କ କର୍ମଚାରୀଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପେଶାଲ୍‌ ଫେଷ୍ଟିଭାଲ୍‌ ଆଡଭାନ୍ସ ସ୍କିମ୍‌ ଘୋଷଣା କରିଥିଲେ। ଏହା ଜରିଆରେ କର୍ମଚାରୀ ଆଡଭାନ୍ସ ୧୦ ହଜାର ଟଙ୍କା ନେଇ ନେଇ ପାରିବେ।

Share