Posted inଜାତୀୟ

ରେଲଓ୍ବେର ବଡ଼ କାର୍ଯ୍ୟାନୁଷ୍ଠାନ, ୧୯ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର…

ନୂଆଦିଲ୍ଲୀ, ୧୨।୫ : ରେଲୱେ ବୋର୍ଡ ଗୋଟିଏ ଦିନରେ ୧୯ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି। ସେମାନଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପ୍ରଦାନ କରାଯାଇଛି । ସେମାନ କାର୍ଯ୍ୟର ସମୀକ୍ଷା କରିବା ପରେ, ଏହି ଅଧିକାରୀମାନେ କାର୍ଯ୍ୟରେ ଅନିୟମିତତା ପ୍ରଦର୍ଶନ କରିଥିବା ଜଣାପଡିଥିଲା । ଏନେଇ ସେମାନଙ୍କୁ ବାରମ୍ବାର ଚେତାବନୀ ମଧ୍ୟ ଦିଆଯାଉଥିଲା ।

ଏହାପୂର୍ବରୁ ବୋର୍ଡ ୭୫ ଅଧିକାରୀଙ୍କୁ ଭିଆର୍‌ଏସ୍‌ ପ୍ରଦାନ କରାଯାଇଥିଲା। ଏହାକୁ ମିଶାଇ ଗତ ୧୧ ମାସ ମଧ୍ୟରେ ୯୪ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଗଲାଣି।

ରେଲଓ୍ବେ ସୂତ୍ରରୁ ପ୍ରକାଶ ଯେ, ଯେଉଁମାନେ ଭିଆର୍‌ଏସ୍‌ ପାଇଛନ୍ତି ସେମାନଙ୍କ ମଧ୍ୟରେ ଇଲେକ୍ଟ୍ରିକାଲ, ପର୍ସନାଲ, ମେକାନିକାଲ, ଷ୍ଟୋର, ସିଭିଲ ଇଞ୍ଜିିନିୟର, ସିଗନାଲ ଇଞ୍ଜିିନିୟର ଏବଂ ଟ୍ରାଫିକ ସର୍ଭିସର ବରିଷ୍ଠ ଅଧିକାରୀ ଅଛନ୍ତି। ଏଥିରେ ରେଲୱେ ବୋର୍ଡର ଦୁଇଜଣ ସଚିବ ସ୍ତରୀୟ ଅଧିକାରୀ ଏବଂ ଜୋନାଲ ରେଳବାଇର ଜଣେ ଜେନେରାଲ ମ୍ୟାନେଜର ଅନ୍ତର୍ଭୁକ୍ତ।

ଏହା ବ୍ୟତୀତ ପଶ୍ଚିମ ରେଳବାଇ, କେନ୍ଦ୍ରୀୟ ରେଳବାଇ, ପୂର୍ବ ରେଳବାଇ, ଉତ୍ତର ରେଳବାଇ, ଉତ୍ତର ରେଳବାଇ, ରେଳ କୋଚ କାରଖାନା କାପୁରତାଲା, ଆଧୁନିକ କୋଚ କାରଖାନା ରାୟବରେଲି, ଡିଜେଲ ଲୋକୋମୋଟିଭ ୱାର୍କସ ବାରାଣାସୀ ଏବଂ ଆରଡିଏସଓ-ଲକ୍ଷ୍ନୌ ଆଦି ରେଳବାଇ ଅଣ୍ଡରଟେକିଂର ବରିଷ୍ଠ ଅଧିକାରୀମାନେ ଅଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ଧାରା -୫୬ (ଜେ) ଅନୁଯାୟୀ ସରକାର ଅଧିକାରୀଙ୍କୁ ଚାକିରିରୁ ହଟାଇ ପାରିବେ। ଏହି ପ୍ରକ୍ରିୟା ଅଧୀନରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦୁଇରୁ ତିନି ମାସର ଦରମା ଦିଆଯାଏ। ପେନସନ ଏବଂ ଅନ୍ୟାନ୍ୟ ଦେୟ ମଧ୍ୟ ଦିଆଯାଇଥାଏ। ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ଯୋଜନାରେ, କର୍ମଚାରୀଙ୍କୁ ଅବଶିଷ୍ଟ ସେବା ଅନୁଯାୟୀ ବର୍ଷକୁ ଦୁଇମାସ ଆଧାରରେ ଦରମା ପ୍ରଦାନ କରାଯାଏ। ବାଧ୍ୟତାମୂଳକ ଅବସର ସମୟରେ ଏହି ସୁବିଧା ଉପଲବ୍ଧ ନୁହେଁ।

ସୂତ୍ରରୁ ପ୍ରକାଶ ଯେ ଜୁନ-ଜୁଲାଇରେ ଭିଆର୍‌ଏସ୍‌ରେ ପଠାଯିବାକୁ ଥିବା ଅଧିକାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି। କୁହାଯାଉଛି ଯେ ସମ୍ପୃକ୍ତ ଅଧିକାରୀମାନେ ଭିଆର୍‌ଏସ୍‌ ମାଗିଥିଲେ। କିନ୍ତୁ ବାସ୍ତବତା ହେଉଛି ଅକ୍ଷମତା, କାର୍ଯ୍ୟରେ ଖରାପ ପ୍ରଦର୍ଶନ ଇତ୍ୟାଦି ପାଇଁ ସେମାନଙ୍କୁ ଦୀର୍ଘ ସମୟ ଧରି ଚେତାବନୀ ଦିଆଯାଉଥିଲା। କାର୍ଯ୍ୟର ସମୀକ୍ଷା କରିବା ପରେ ତିନିଜଣିଆ କମିଟି ତାଙ୍କୁ ଭିଆର୍‌ଏସ୍‌ ନେବାକୁ ଚାପ ପକାଇଥିଲେ।

ସୂତ୍ରରୁ ପ୍ରକାଶ ଯେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇର ଜେନେରାଲ ମ୍ୟାନେଜର ଜୋନାଲ ରେଳବାଇର ଏକ ବୈଠକରେ କହିଥିଲେ ଯେ କାମ କର କିମ୍ବା ଘରକୁ ଯାଅ। ବୈଷ୍ଣବଙ୍କ ୧୧ ମାସର କାର୍ଯ୍ୟକାଳରେ, ଭିଆର୍‌ଏସ୍‌ ନେଉଥିବା ବରିଷ୍ଠ ଅଧିକାରୀଙ୍କ ସଂଖ୍ୟା ୯୪ ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri