Posted inଜାତୀୟ

ରେଲଓ୍ବେର ବଡ଼ କାର୍ଯ୍ୟାନୁଷ୍ଠାନ, ୧୯ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର…

ନୂଆଦିଲ୍ଲୀ, ୧୨।୫ : ରେଲୱେ ବୋର୍ଡ ଗୋଟିଏ ଦିନରେ ୧୯ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି। ସେମାନଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପ୍ରଦାନ କରାଯାଇଛି । ସେମାନ କାର୍ଯ୍ୟର ସମୀକ୍ଷା କରିବା ପରେ, ଏହି ଅଧିକାରୀମାନେ କାର୍ଯ୍ୟରେ ଅନିୟମିତତା ପ୍ରଦର୍ଶନ କରିଥିବା ଜଣାପଡିଥିଲା । ଏନେଇ ସେମାନଙ୍କୁ ବାରମ୍ବାର ଚେତାବନୀ ମଧ୍ୟ ଦିଆଯାଉଥିଲା ।

ଏହାପୂର୍ବରୁ ବୋର୍ଡ ୭୫ ଅଧିକାରୀଙ୍କୁ ଭିଆର୍‌ଏସ୍‌ ପ୍ରଦାନ କରାଯାଇଥିଲା। ଏହାକୁ ମିଶାଇ ଗତ ୧୧ ମାସ ମଧ୍ୟରେ ୯୪ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଗଲାଣି।

ରେଲଓ୍ବେ ସୂତ୍ରରୁ ପ୍ରକାଶ ଯେ, ଯେଉଁମାନେ ଭିଆର୍‌ଏସ୍‌ ପାଇଛନ୍ତି ସେମାନଙ୍କ ମଧ୍ୟରେ ଇଲେକ୍ଟ୍ରିକାଲ, ପର୍ସନାଲ, ମେକାନିକାଲ, ଷ୍ଟୋର, ସିଭିଲ ଇଞ୍ଜିିନିୟର, ସିଗନାଲ ଇଞ୍ଜିିନିୟର ଏବଂ ଟ୍ରାଫିକ ସର୍ଭିସର ବରିଷ୍ଠ ଅଧିକାରୀ ଅଛନ୍ତି। ଏଥିରେ ରେଲୱେ ବୋର୍ଡର ଦୁଇଜଣ ସଚିବ ସ୍ତରୀୟ ଅଧିକାରୀ ଏବଂ ଜୋନାଲ ରେଳବାଇର ଜଣେ ଜେନେରାଲ ମ୍ୟାନେଜର ଅନ୍ତର୍ଭୁକ୍ତ।

ଏହା ବ୍ୟତୀତ ପଶ୍ଚିମ ରେଳବାଇ, କେନ୍ଦ୍ରୀୟ ରେଳବାଇ, ପୂର୍ବ ରେଳବାଇ, ଉତ୍ତର ରେଳବାଇ, ଉତ୍ତର ରେଳବାଇ, ରେଳ କୋଚ କାରଖାନା କାପୁରତାଲା, ଆଧୁନିକ କୋଚ କାରଖାନା ରାୟବରେଲି, ଡିଜେଲ ଲୋକୋମୋଟିଭ ୱାର୍କସ ବାରାଣାସୀ ଏବଂ ଆରଡିଏସଓ-ଲକ୍ଷ୍ନୌ ଆଦି ରେଳବାଇ ଅଣ୍ଡରଟେକିଂର ବରିଷ୍ଠ ଅଧିକାରୀମାନେ ଅଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ଧାରା -୫୬ (ଜେ) ଅନୁଯାୟୀ ସରକାର ଅଧିକାରୀଙ୍କୁ ଚାକିରିରୁ ହଟାଇ ପାରିବେ। ଏହି ପ୍ରକ୍ରିୟା ଅଧୀନରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦୁଇରୁ ତିନି ମାସର ଦରମା ଦିଆଯାଏ। ପେନସନ ଏବଂ ଅନ୍ୟାନ୍ୟ ଦେୟ ମଧ୍ୟ ଦିଆଯାଇଥାଏ। ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ଯୋଜନାରେ, କର୍ମଚାରୀଙ୍କୁ ଅବଶିଷ୍ଟ ସେବା ଅନୁଯାୟୀ ବର୍ଷକୁ ଦୁଇମାସ ଆଧାରରେ ଦରମା ପ୍ରଦାନ କରାଯାଏ। ବାଧ୍ୟତାମୂଳକ ଅବସର ସମୟରେ ଏହି ସୁବିଧା ଉପଲବ୍ଧ ନୁହେଁ।

ସୂତ୍ରରୁ ପ୍ରକାଶ ଯେ ଜୁନ-ଜୁଲାଇରେ ଭିଆର୍‌ଏସ୍‌ରେ ପଠାଯିବାକୁ ଥିବା ଅଧିକାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି। କୁହାଯାଉଛି ଯେ ସମ୍ପୃକ୍ତ ଅଧିକାରୀମାନେ ଭିଆର୍‌ଏସ୍‌ ମାଗିଥିଲେ। କିନ୍ତୁ ବାସ୍ତବତା ହେଉଛି ଅକ୍ଷମତା, କାର୍ଯ୍ୟରେ ଖରାପ ପ୍ରଦର୍ଶନ ଇତ୍ୟାଦି ପାଇଁ ସେମାନଙ୍କୁ ଦୀର୍ଘ ସମୟ ଧରି ଚେତାବନୀ ଦିଆଯାଉଥିଲା। କାର୍ଯ୍ୟର ସମୀକ୍ଷା କରିବା ପରେ ତିନିଜଣିଆ କମିଟି ତାଙ୍କୁ ଭିଆର୍‌ଏସ୍‌ ନେବାକୁ ଚାପ ପକାଇଥିଲେ।

ସୂତ୍ରରୁ ପ୍ରକାଶ ଯେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇର ଜେନେରାଲ ମ୍ୟାନେଜର ଜୋନାଲ ରେଳବାଇର ଏକ ବୈଠକରେ କହିଥିଲେ ଯେ କାମ କର କିମ୍ବା ଘରକୁ ଯାଅ। ବୈଷ୍ଣବଙ୍କ ୧୧ ମାସର କାର୍ଯ୍ୟକାଳରେ, ଭିଆର୍‌ଏସ୍‌ ନେଉଥିବା ବରିଷ୍ଠ ଅଧିକାରୀଙ୍କ ସଂଖ୍ୟା ୯୪ ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri