Categories: ଜାତୀୟ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୮: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଏଠାରେ ସାବରମତି ସେଣ୍ଟ୍ରାଲ ଜେଲରେ ଥିବା ଏକ ହାଇ ସୁରକ୍ଷା ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ୧୯୫ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ତାଙ୍କର ସମ୍ପୃକ୍ତି ସଂପର୍କରେ ଏହି ପଦକ୍ଷେପ ନିଆଯାଇଛି।
ବିଷ୍ଣୋଇଙ୍କୁ ପୂର୍ବରୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଥିଲା, କିନ୍ତୁ ପରେ ଚଳିତ ବର୍ଷ ଏପ୍ରିଲରେ ଗୁଜରାଟ ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ) କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ଗିରଫ ପାକିସ୍ତାନ ସହ ଜଡିତ ଡ୍ରଗ୍ସ ଚୋରା କାରବାର ସହ ଜଡିତ ଥିଲା।
ଗତ ବର୍ଷ ସେପ୍ଟେମ୍ବର ୧୪ରେ ଗୁଜରାଟ ଏଟିଏସ, ଭାରତୀୟ ତଟରକ୍ଷୀ ବାହିନୀ ସହିତ କୁଚ ଜିଲାର ଜାଖା ବନ୍ଦର ନିକଟରେ ପାକିସ୍ତାନୀ ମତ୍ସ୍ୟଜୀବୀ ଜାହାଜ ‘ଅଲ ତାଇସା’କୁ ଅଟକାଇଥିଲା। ଏହି ଅପରେସନରେ ପ୍ରାୟ ୧୯୫ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ହେରୋଇନ୍‌ ଜବତ କରାଯାଇଥିଲା।

Share