ବଡରମା ଘାଟିରେ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଜମନକିରା,୨୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡରମା ଘାଟି ଉପରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଏକ ଟ୍ରେଲର-ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏବେ ସୁଦ୍ଧା କାହାର ପରିଚୟ ମିଳିପାରି ନାହିଁ । ଟ୍ରେଲର ଓଲଟି ପଡିଥିବା ବେଳେ
ରାସ୍ତାରେ ୨ ଜଣଙ୍କୁ ପଡ଼ିଥିବା ଦେଖି ସ୍ଥାନୀୟଲୋକେ ପୋଲିସକୁ ଦୁର୍ଘଟଣା ନେଇ ଖବର ଦେଇଥିଲେ।