Categories: ଜାତୀୟ

ନର୍ମଦା ନଦୀକୁ ଖସିଲା ବସ୍‌: ଅନେକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ଭୋପାଳ,୧୮।୭:ମଧ୍ୟପ୍ରଦେଶର ଧର ଜିଲାର ଖାଲଘାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ବସ ନର୍ମଦା ନଦୀରେ ଖସି ପଡିଛି। ବର୍ତ୍ତମାନ ସୁଦ୍ଧା ୫ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ଆହତମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଧାମନୋଡ ସରକାରୀ ଡାକ୍ତରଖାନାକୁ ପଠାଯାଇଛି।
ସୂଚନାନୁସାରେ, ଖାଲଘାଟ ସଞ୍ଜୟ ସେତୁ ବ୍ରିଜରେ ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଖସିପଡିଥିଲା। ଧାମନୋଡ ପୋଲିସ ଏବଂ ଖଲଟାକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏନ୍‌ଡିଆର୍‌ଏଫ୍‌ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
ପ୍ରଧାନମନ୍ତ୍ରୀ ଶିବରାଜ ସିଂ ଚୌହାନ ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନକୁ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ କ୍ରେନ ସାହାଯ୍ୟରେ ବସ ଟଣାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି।

Share