ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…

ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ବଡ଼ ଝଟକା ଦେଇଛନ୍ତି। ବାଇଡେନ୍‌ ପୁଟିନ୍‌ଙ୍କ ଚିନ୍ତାକୁ ବୃଦ୍ଧି କରିଛନ୍ତି। ରୁଷିଆରୁ ତୈଳ ଆମଦାନୀ ବନ୍ଦ କରିବାକୁ ବାଇଡେନ୍‌ଙ୍କ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ମଙ୍ଗଳବାର ଆସୋସିଏଟେଡ୍‌ ପ୍ରେସ୍‌ ପକ୍ଷରୁ କୁହାଯାଇଛି।

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ବିରୋଧ କରି ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କମ୍ପାନୀ ଶେଲ୍‌ ପକ୍ଷରୁ ନୂଆ ସୂଚନା ଜାରି ହୋଇଛି। ଶେଲ୍‌ କହିଛି ଯେ, ରୁଷିଆରୁ ଆଶୋଧିତ ତୈଳ କିଣା ଉପରେ କଟକଣା ଲାଗୁ କରିବାକୁ ଯୋଜନା ରହିଛି। ତେବେ ପର୍ଯ୍ୟାୟକ୍ରମେ ଏହା ଲାଗୁ କରିବାକୁ ଜୋ ବାଇଡେନ୍‌ ସରକାର କହିଛନ୍ତି।

Share