ପୁଟିନଙ୍କୁ ବାଇଡେନଙ୍କ ଧମକ: ସୁଧୁରି ଯାଅ ନ ହେଲେ ରୁଷିଆ ସହ ଆମେରିକା କରିବ ଯୁଦ୍ଧ…

ଓ୍ବାଶିଂଟନ/ମସ୍କୋ,୩୦।୧୨ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆକୁ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ୟୁକ୍ରେନ ଯୁଦ୍ଧରେ ସଫଳ ହୁଅନ୍ତି, ତେବେ ଆମେରିକା ଏହି ବିବାଦରେ ସିଧାସଳଖ ଜଡିତ ହେବାର ଆଶଙ୍କା ରହିଛି। ତେଣୁ ପୁଟିନ ଶୀଘ୍ର ସୁଧୁରି ଯିବା ଆବଶ୍ୟକ।

ୟୁକ୍ରେନରେ ରୁଷିଆର ବଡ଼ ଧରଣର ଏୟାର ଷ୍ଟ୍ରାଇକ ପରେ ବାଇଡେନଙ୍କ ବିବୃତ୍ତି ଆସିଛି। ୟୁକ୍ରେନ ବାୟୁସେନା ଅଧିକାରୀ କହିଛନ୍ତି ରୁଷିଆ ପ୍ରାୟ ୧୧୦ ଟି କ୍ଷେପଣାସ୍ତ୍ର ସେମାନଙ୍କ ଦେଶ ଉପରେ ଆକ୍ରମଣ କରିଛି। ଏଥିରେ ଡାକ୍ତରଖାନା, ଆବାସିକ କୋଠା ଏବଂ ଏକ ସପିଂ ସେଣ୍ଟରକୁ ଟାର୍ଗେଟ କରାଯାଇଥିଲା। ଏଥିରେ ୩୧ ୟୁକ୍ରେନ ନାଗରିକଙ୍କ ଜୀବନ ଯାଇଥିବାବେଳେ ୧୨୦ ରୁ ଅଧିକ ଆହତ ହୋଇଛନ୍ତି।

ବାଇଡେନ କହିଛନ୍ତି ଆମେ ଆମର ସହଯୋଗୀମାନଙ୍କ ସହ ଛିଡା ହୋଇଛୁ ଏବଂ ଆମେ ଆମର ଅଂଶୀଦାରମାନଙ୍କୁ ଛାଡି ପାରିବୁ ନାହିଁ। ଆମେ ୟୁକ୍ରେନକୁ ତ୍ୟାଗ କରିପାରିବୁ ନାହିଁ।

Share