ନିରାଡ଼ମ୍ବର ହେବ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ

ଓ୍ବାଶିଂଟନ, ୬।୧୨(ପି.ଟି.): ଜାନୁୟାରୀ ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଶପଥ ନେବାକୁ ଥିବାବେଳେ ଏହି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ ନ କରିବାକୁ ସେ କହିଛନ୍ତି। ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଭର୍ଚୁଆଲ କାର୍ଯ୍ୟକ୍ରମ ହେବ। ୟୁଏସ୍‌ କ୍ୟାପିଟୋଲ୍‌ରେ ଶପଥ ଗ୍ରହଣ ପାଇଁ ମଞ୍ଚ ନିର୍ମାଣ ଚାଲିଛି। ତେବେ ଏହି ଉତ୍ସବ ଓ ପରେଡ ଦେଖିବା ଲାଗି ଯେପରି ନ୍ୟାଶନାଲ ମଲ୍‌ ଏବଂ ପେନ୍‌ସିଲ୍‌ଭାନିଆ ଆଭେନ୍ୟୁରେ ଲକ୍ଷାଧିକ ଲୋକ ରୁଣ୍ଡ ନ ହେବେ, ସେଥିପାଇଁ ଯୋଜନା ପ୍ରସ୍ତୁତ ହେଉଛି। ସେଥିପାଇଁ ପେନ୍‌ସିଲ୍‌ଭାନିଆରେ ପରେଡ୍‌ ହୋଇ ନ ପାରେ ବୋଲି ବାଇଡେନ୍‌ କହିଛନ୍ତି।

Share