ବାଇଡେନଙ୍କ ବରିଷ୍ଠ ଉପଦେଷ୍ଟା ନୀରା ଟଣ୍ଡନ

ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ ଉପଦେଷ୍ଟା ଭାବେ ହ୍ବାଇଟ୍‌ ହାଉସ୍‌ରେ ଯୋଗ ଦେଇଛନ୍ତି। ନୀରାଙ୍କ ବୁଦ୍ଧିମତ୍ତା, ଦୃଢ଼ତା ଏବଂ ରାଜନୈତିକ ଅଭିଜ୍ଞତା ବାଇଡେନ୍‌ ପ୍ରଶାସନ ପାଇଁ ଆସେଟ୍‌ ହେବ ବୋଲି ସେଣ୍ଟର ଫର୍‌ ଆମେରିକାନ୍‌ ପ୍ରୋଗ୍ରେସ୍‌ (ସିଏପି)ର ପ୍ରତିଷ୍ଠାତା ଜନ୍‌ ପୋଡେଷ୍ଟା ଏକ ବିବୃତିରେ କହିଛନ୍ତି। ତେବେ ସିଏପିରେ ଆମେ ତାଙ୍କର ନେତୃତ୍ୱ ଏବଂ ନୀତି ବିଶେଷଜ୍ଞତା ହରାଇବୁ ବୋଲି ସେ କହିଛନ୍ତି। ବାଇଡେନ୍‌ ପ୍ରଶାସନର ଅନେକ ନୀତି ନୀରାଙ୍କ ନେତୃତ୍ୱରେ ବିକଶିତ ହୋଇଥିଲା। ସୂଚନାଯୋଗ୍ୟ ବାଇଡେନ୍‌ କ୍ଷମତାକୁ ଆସିବା ପରେ ନୀରାଙ୍କୁ ଅଫିସ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟର ନେତୃତ୍ୱ ନେବା ପାଇଁ ଚୟନ କରିଥିଲେ। କିନ୍ତୁ ରିପବ୍ଲିକାନ ଓ ଡେମୋକ୍ରାଟିକ୍‌ ଦଳର କେତେଜଣ ସଦସ୍ୟ ଏହାକୁ ବିରୋଧ କରିବାରୁ ନୀରା ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିଲେ।

Share