ବାଇଡେନଙ୍କ ସମସ୍ୟା ବଢ଼ିଲା, ଘରେ ୧୨ ଘଣ୍ଟା ଚଢ଼ାଉ, ୬ ଗୋପନୀୟ ଫାଇଲ ମିଳିଲା…

ଓ୍ବାଶିଂଟନ,୨୨।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରୁ ଗୋପନୀୟ ଡକ୍ୟୁମେଣ୍ଟ ପାଇବା ନେଇ ତାଙ୍କର ସମସ୍ୟା କମ ହେଉଥିବା ପରି ମନେ ହେଉନାହିଁ । ତାଙ୍କ ଘରେ ପୁଣି ଥରେ ଚଢ଼ାଉ କରାଯାଇଛି। ଆମେରିକାର ନ୍ୟାୟ ବିଭାଗର ଚଢ଼଼ାଉ ବେଳେ ବାଇଡେନଙ୍କ ଘରୁ ଆହୁରି ୬ଟି ଗୋପନୀୟ ତଥ୍ୟ ଥିବାେ ଫାଇଲ ମିଳିଛି। ଏହାକୁ ଅଧିକାରୀମାନେ ନେଇ ଯାଇଛନ୍ତି। ଏହା ଦ୍ୱାରା ତାଙ୍କର ସମସ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ବାଇଡେନଙ୍କ ବ୍ୟକ୍ତିଗତ ଆଇନଜୀବୀ ବବ ବାଉର୍‌ ଏହା ନିଶ୍ଚିତ କରିଛନ୍ତି। ବବ ବାଉର୍‌ କହିଛନ୍ତି ଯେ ତଲାସୀ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିଲା।

 

ନ୍ୟାୟ ବିଭାଗର ଅଧିକାରୀମାନେ ଡେଲାୱେରସ୍ଥିତ ବାଇଡେନଙ୍କ ଘରେ ଏବଂ ୱିଲମିଙ୍ଗଟନରେ ଥିବା ପୂର୍ବତନ କାର୍ଯ୍ୟାଳୟରେ ଗୁପ୍ତ ଡକ୍ୟୁମେଣ୍ଟ ଖୋଜିବା ପାଇଁ ଚଢ଼ାଉ କରିଥିଲେ। ଏହି ଗୋପନୀୟ ଦଲିଲଗୁଡ଼ିକ ବାଇଡେନ ଉପରାଷ୍ଟ୍ରପତି ଥିବା ସମୟର ବୋଲି କୁହାଯାଉଛି। ଅଭିଯୋଗ ହେଉଛି ଯେ ସେ ଏହି ପଦ ଛାଡିବା ପୂର୍ବରୁ ତାଙ୍କ ସହ ଗୋପନୀୟ ଡକ୍ୟୁମେଣ୍ଟ ନେଇଯାଇଥିଲେ।

ବାଇଡେନ କହିଛନ୍ତି ଯେ ନଭେମ୍ବରରେ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟରେ ଗୋପନୀୟ ଫାଇଲ ମିଳିବା ପୂର୍ବରୁ ତାଙ୍କୁ ଜଣାଯାଇ ନଥିବାରୁ ସେ ଦୁଃଖିତ ନୁହନ୍ତି। ଆମେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ ଏବଂ ଏହାର ଶୀଘ୍ର ସମାଧାନ କରିବାକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ମୁଁ ଭାବୁଛି ସେମାନେ ସେଠାରେ କିଛି ପାଇବେ ନାହିଁ। ଆଇନଜୀବୀମାନେ ମୋତେ ଯାହା କହିଛନ୍ତି ମୁଁ ତାହା ଅନୁସରଣ କରୁଛି।

ସୂଚନା ଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରୁ କିଛି ଗୁପ୍ତ ଫାଇଲ ମଧ୍ୟ ମିଳିଥିଲା। ତେବେ ଏନେଇ ଟ୍ରମ୍ପ କହିଥିଲେ ମୁଁ ଜାଣେ ଯେ ମୋତେ ସମସ୍ୟାରେ ପକାଇବା ପାଇଁ ଏସବୁ କରାଯାଇଛି ଏବଂ ଏହାର କୌଣସି ପ୍ରମାଣ ନାହିଁ। ସେ କହିଥିଲେ ଯେ ମୋର ରାଷ୍ଟ୍ରପତି ସମୟରେ ମୁଁ କିଛି ଭୁଲ କରି ନାହିଁ। ଏହା ମୋ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri