ବାଇଡେନ୍‌ଙ୍କ ଖୋଲା ଧମକ, ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସୈନ୍ୟ ଚାଇନାକୁ ଦେବେ ଜବାବ…

ଓ୍ବାଶିଂଟନ/ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ଟୋକିଓରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ଖୋଲା ଧମକ ଦେଇଛନ୍ତି। ବାଇଡେନ୍‌ କହିଛନ୍ତି ଯେ ତାଇଓ୍ବାନ ଉପରେ ଚାଇନା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆମେରିକା ସୈନ୍ୟ ଏହାର କଡ଼ା ଜବାବ ଦେବେ।

ୟୁକ୍ରେନ ଯୁଦ୍ଧ ମଧ୍ୟରେ ତାଇୱାନକୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା ଚାଇନାକୁ ଏଭଳି କହି ବାଇଡେନ ଖୋଲା ଚେତାବନୀ ଦେଇଛନ୍ତି। କ୍ୱାଡ ବୈଠକରେ ଭାଗ ନେବାକୁ ଜାପାନରେ ପହଞ୍ଚିଥିବା ବାଇଡେନ ଆମେରିକାର ବୈଦେଶିକ ନୀତିରେ ଏକ ବଡ ପରିବର୍ତ୍ତନ କରି କହିଛନ୍ତି ଯେ ଯଦି ତାଇୱାନ ଚାଇନା ଉପରେ ଆକ୍ରମଣ କରେ ତେବେ ଆମେରିକା ଏଥିରେ ହସ୍ତକ୍ଷେପ କରିବ।

ତାଇୱାନ ଉପରେ ଚାଇନା ଆକ୍ରମଣ ସମ୍ପର୍କରେ ବାଇଡେନ କହିଛନ୍ତି ଯେ ମୋର ଅନୁମାନ ଏହା ଘଟିବ ନାହିଁ କିମ୍ବା ଚାଇନା ଏଭଳି ପ୍ରୟାସ କରିବ ନାହିଁ। ସେ କହିଛନ୍ତି ଯେ ଯଦି ଏହା ଘଟେ ତେବେ ଆମେରିକା ସାମରିକ ସହାୟତା ଯୋଗାଇ ତାଇୱାନକୁ ସୁରକ୍ଷା ପ୍ରଦାନ କରିବ। ବାଇଡେନ କହିଛନ୍ତି, ଏହା ଏକ ପ୍ରତିଶ୍ରୁତି ଏବଂ ଆମେରିକା ଏହା ପାଳନ କରିବ।

Share