ବାଇଡେନ୍‌ଙ୍କ କୁକୁର ହ୍ବାଇଟ୍‌ ହାଉସ୍‌ରୁ ବିଦା

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ କୁକୁର ‘ମେଜର’ ଓ ‘ଚାମ୍ପ’ଙ୍କୁ ହ୍ବାଇଟ୍‌ ହାଉସ୍‌ରୁ ବାହାର କରାଯାଇଛି। ଜଣେ ସିକ୍ୟୁରିଟି ଏଜେଣ୍ଟଙ୍କୁ ମେଜର କାମୁଡ଼ି ଦେବା ପରେ କୁକୁର ଦୁଇଟିକୁ ବାଇଡେନ୍‌ଙ୍କ ଘରକୁ ପଠାଇ ଦିଆଯାଇଛି। ୨୦୧୮ରେ ବାଇଡେନ୍‌ ମେଜରକୁ ଘରକୁ ଆଣିଥିଲେ। ପଶୁ ଆଶ୍ରୟସ୍ଥଳୀରୁ ଆସି ହ୍ବାଇଟ ହାଉସ୍‌ରେ ରହିବାରେ ମେଜର ହେଉଛି ପ୍ରଥମ କୁକୁର। ପୋଷା କୁକୁର ରଖିବାରେ ଆମେରିକା ରାଷ୍ଟ୍ରପତିଙ୍କ ଲମ୍ବା ତାଲିକା ରହିଛି। ଶହେ ବର୍ଷରୁ ଅଧିକ ସମୟ ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି କୁକୁର ପାଳି ନ ଥିଲେ।

Share