ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର ‘ମେଜର’ ହ୍ବାଇଟ୍‌ ହାଉସରେ ପୁଣି ଥରେ ଜଣେ ଲୋକଙ୍କୁ କାମୁଡ଼ିଛି। ନ୍ୟାଶନାଲ ପାର୍କ ସର୍ଭିସ କର୍ମଚାରୀଙ୍କୁ ମେଜର ଶିକାର କରିଛି। ଏକ ରିପୋର୍ଟ ଅନୁଯାୟୀ, ହ୍ବାଇଟ୍‌ ହାଉସର ସାଉଥ୍‌ ଲନ୍‌ରେ କାମ କରୁଥିବା ଏହି କର୍ମଚାରୀଙ୍କୁ ମେଜର କାମୁଡ଼ିଥିଲା।

ଆହତ କର୍ମଚାରୀ ଜଣକ ଚିକିତ୍ସା ପାଇଁ ଯାଇଛନ୍ତି। ହ୍ବାଇଟ ହାଉସ ମେଡିକାଲ ୟୁନିଟ୍‌ ଏହି କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି। ବାଇଡେନଙ୍କ ସ୍ତ୍ରୀ ଜିଲ୍‌ ଏ ବିଷୟରେ ସୂଚନା ଦେଇଛନ୍ତି।

ବାଇଡେନଙ୍କ ପ୍ରେସ ସଚିବ ମିଶେଲ ଲା ରୋସା କହିଛନ୍ତି, ବାଇଡେନଙ୍କ କୁକୁର ମେଜର ଓ୍ବାକ୍‌ କରିବାକୁ ବାହାରିଥିଲା। ଏହି ସମୟରେ ସେ ନ୍ୟାଶନାଲ ପାର୍କ ସର୍ଭିସ କର୍ମଚାରଙ୍କୁ କାମୁଡ଼ି ଦେଇଥିଲା। ମାତ୍ର ଏବେ ସେ ଠିକ୍‌ ଅଛନ୍ତି। ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ୮ ମାର୍ଚ୍ଚରେ ମେଜର ଜଣେ ସୁରକ୍ଷା ଅଧିକାରୀଙ୍କୁ କାମୁଡ଼ିଥିଲା।

Share