ବାଇଡେନଙ୍କ ଘୋଷଣା: ଲଢ଼ିବି ୨୦୨୪ ନିର୍ବାଚନ…

ଓ୍ବାଶିଂଟନ,୨୫।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି। ତାଙ୍କ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଶେଷ ହୋଇଛି। ଏହା ସ୍ପଷ୍ଟ ହୋଇଛି ବାଇଡେନ ପୁଣି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

୨୦୨୦ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରି ବାଇଡେନ ରାଷ୍ଟ୍ରପତି ଭାବେ ଜାନୁୟାରୀ ୨୦୨୧ରେ ଦାୟିତ୍ୱ ଗ୍ରହଣ କରିଥିଲେ।

କୁହାଯାଉଛି ଯେ ଉପରାଷ୍ଟ୍ରପତି କମଲା ହାରିସ ପୁଣିଥରେ ଉପରାଷ୍ଟ୍ରପତି ପଦ ପାଇଁ ଏକ ଦାବି ଉପସ୍ଥାପନ କରିବେ।
ଯେତେବେଳେ ରାଷ୍ଟ୍ରପତି ଜୋ ବାଇଡେନ ରୋଜ ଗାର୍ଡେନ ଦେଇ ଯାଉଥିଲେ, ଜଣେ ଖବରଦାତା ତାଙ୍କୁ ପଚାରିଲେ, ସାର୍‌, ଆପଣ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି କି? ଏଥିରେ ସେ ହସି ହସି ଏଭଳି ଉତ୍ତର ଦେଇଥିଲେ। ସେ ଦୀର୍ଘ ଦିନ ଧରି କହୁଥିଲେ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, କିନ୍ତୁ ଆନୁଷ୍ଠାନିକ ଘୋଷଣା ନ କରିଥିବାରୁ ତାଙ୍କ ସମର୍ଥକମାନେ ଆଶା ଆଶଙ୍କାରେ ଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ୧୫ ରେ ସେ ଆୟର୍ଲାଣ୍ଡରେ ଏକ ରାଲିରେ କହିଥିଲେ ପୁଣି ନିର୍ବାଚନ ଲଢ଼ିବା ପାଇଁ ମୁଁ ପ୍ରସ୍ତୁତ ହେଉଛି।

 

Share