ସାଉଦି ସହ ସମ୍ପର୍କର ପୁନର୍ବିଚାର କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୩।୧୦: ସାଉଦି ଆରବ ସହ ଆମେରିକାର ସମ୍ପର୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ବାଇଡେନ୍‌ ସରକାର ଦୁଇ ଦେଶର ସମ୍ପର୍କକୁ ନେଇ ପୁନଃ ବିଚାର କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

ରୁଷିଆ ଅଧ୍ୟକ୍ଷତାରେ ୧୩ ଦେଶକୁ ନେଇ ଗଠିତ ଓପେକ୍‌ ସଂଘ ଓ ୧୦ ସହଯୋଗୀ ରାଷ୍ଟ୍ର ଗତ ସପ୍ତାହରେ ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତି ନେଇଛନ୍ତି। ଓପେକ୍‌ ସଂଘର ନିଷ୍ପତ୍ତିକୁ ନେଇ ଆମେରିକା ଓ ସାଉଦି ସମ୍ପର୍କ ଉପରେ ବାଇଡେନ୍‌ ପୁନର୍ବିଚାର କରିପାରନ୍ତି।

Share