ଶୁକ୍ରବାର ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୭ା୩: ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଆଲୋଚନା କରିବେ। ଗୁରୁବାର ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଏବଂ ସମ୍ମୁଖୀନ ହେବାକୁ ପଡ଼ୁଥିବା ନୂଆ ଚ୍ୟାଲେଞ୍ଜ ବାବଦରେ ମଧ୍ୟ ଉଭୟ ପକ୍ଷ କଥା ହେବେ ବୋଲି ଜଣାପଡ଼ିଛି। ୟୁକ୍ରେନ୍‌ ଆକ୍ରମଣ ପରଠାରୁ ରୁଷିଆକୁ ଯେପରି ଚାଇନା କୌଣସି ପ୍ରକାର ସହଯୋଗ କିମ୍ବା ସମର୍ଥନ ନ ଦିଏ ସେଥିପାଇଁ ଜିନ୍‌ପିଙ୍ଗ୍‌ଙ୍କ ଉପରେ କୂଟନୈତିକ ଚାପ ପଡ଼ୁଛି। ନିକଟରେ ରୁଷିଆ ଚାଇନାକୁ ସାମରିକ ସହାୟତା ମାଗିଥିବା ଜଣାପଡ଼ିଥିଲା। ଏପରି କଲେ ଚାଇନା ଭୟଙ୍କର ପରିଣାମ ଭୋଗିବ ବୋଲି ଓ୍ବାଶିଂଟନ୍‌ ବେଜିଂକୁ ଚେତାବନୀ ଦେଇଥିଲା।

Share