ଅକ୍ଟୋବର ୧୮ରେ ଇସ୍ରାଏଲ ଯିବେ ବାଇଡେନ

ଓ୍ବାଶିଂଟନ,୧୬।୧୦: ହମାସ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଥମିବାର ନାଁ ନେଉନାହିଁ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଅକ୍ଟୋବର ୧୮ ଅର୍ଥାତ୍‌ ବୁଧବାର ଇସ୍ରାଏଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ, ହମାସ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବାର ୧୦ ଦିନ ହୋଇଗଲାଣି। ଏହି ଆକ୍ରମଣ ହେତୁ ଏ ପର୍ଯ୍ୟନ୍ତ ୧୪୦୦ ଲୋକ ଇସ୍ରାଏଲରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ, ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୨୫୦୦ରେ ପହଞ୍ଚିଛି। ସୂଚନା ମିଳିଛି ଯେ, ଇସ୍ରାଏଲ ସେନା ଖୁବ୍‌ଶୀଘ୍ର ଗାଜା ଉପରେ ସମୁଦ୍ର ଏବଂ ସ୍ଥଳ ମାର୍ଗ ଦେଇ ଆକ୍ରମଣ କରିପାରେ। ଏହି ପରିସ୍ଥିତି ମଧରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ସତର୍କ ରହିବାକୁ ଆହ୍ବାନ ଦେଇଛନ୍ତି ଏବଂ ଗାଜାରେ କୌଣସି ପ୍ରକାର ଦଖଲକୁ ଭୁଲ ବୋଲି କହିଛନ୍ତି।

Share