ପିଲାଙ୍କୁ ପଢ଼ାଇବା ପାଇଁ ବାଇଡେନ ନେଇଥିଲେ ୮ କୋଟି, କରି ନାହାନ୍ତି ଗୋଟିଏ ବି କ୍ଲାସ…

ଓ୍ବାଶିଂଟନ,୧୧।୧ : ଉପରାଷ୍ଟ୍ରପତି ପଦ ଛାଡିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପେନସିଲଭାନିଆ ୟୁନିଭରସିଟିରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କୁ ପ୍ରଫେସର ଭାବରେ ବର୍ଷକୁ ଏକ ମିଲିୟନ ଡଲାର ଦିଆଯାଉଥିଲା। କିନ୍ତୁ ସେ କଦାପି ଗୋଟିଏ ବି କ୍ଲାସ ନେଇ ନଥିଲେ। ମଙ୍ଗଳବାର ଏହା ପ୍ରକାଶ ପାଇଥିଲା ଯେତେବେଳେ ବାଇଡେନ ମେକ୍ସିକୋ ସିଟିରେ ଉତ୍ତର ଆମେରିକା ଲିଡର୍ସ ସମ୍ମିଳନୀରେ କହିଥିଲେ ଯେ ସେ ଉପରାଷ୍ଟ୍ରପତି ହେବାର ଚାରି ବର୍ଷ ପରେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ।

ଉଲ୍ଲେଖଯୋଗ୍ୟ, ବିଡେନଙ୍କୁ ପେନସିଲଭାନିଆ ୟୁନିଭରସିଟି ଦ୍ୱାରା ପ୍ରାୟ ୧ ମିଲିୟନ ଡଲାର୍‌ ଅର୍ଥାି ଦୁଇ ବର୍ଷ ପାଇଁ ପ୍ରାୟ ଆଠ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ରିପବ୍ଲିକାନ ନ୍ୟାଶନାଲ କମିଟି ରିସର୍ଚ୍ଚ ୟୁନିଟ ଆରଏନ୍ସି ରିସର୍ଚ୍ଚ ଦ୍ୱାରା ଏହି ସୂଚନା ଦିଆଯାଇଛି । ଯେଉଁଥିରେ ବାଇଡେନ ଜଣେ ପ୍ରଫେସର ହେବା ବିଷୟରେ ମିଛ କହୁଛନ୍ତି। ବାଇଡେନ ୨୦୧୭-୧୯ ମଧ୍ୟରେଫିଲାଡେଲଫିଆ ବିଦ୍ୟାଳୟରେ ସମ୍ମାନିତ ପ୍ରଫେସର ଥିଲେ। ୨୦୧୭ ରେ, ବାଇଡେନ ଏକ ସମ୍ମାନଜନକ ପ୍ରଫେସରଶିପ ଗ୍ରହଣ କରିଥିଲେ। ଯାହାକୁ ଆନୁଷ୍ଠାନିକ ଭାବରେ ବେଞ୍ଜାମିନ ଫ୍ରାଙ୍କଲିନ ରାଷ୍ଟ୍ରପତି ପ୍ରାକ୍ଟିସ ପ୍ରଫେସର କୁହାଯାଇଥାଏ।

ଆରଏନସି ରିସର୍ଚ୍ଚ କହିଛି ଯେ ବାଇଡେନ ୱାଶିଂଟନରେ ପେନ ବିଡେନ ସେଣ୍ଟର ଫର ଡିପ୍ଳୋମାସ ଆଣ୍ଡ ଗ୍ଲୋବାଲ ଏଗେଜମେଣ୍ଟ ପ୍ରତିଷ୍ଠା କରିଛନ୍ତି। ତେବେ ଏହି ଭୂମିକା ସମ୍ମାନଜନକ ଥିଲା। ସେ କ୍ୟାମ୍ପସରେ ଛାତ୍ରମାନଙ୍କ ସହିତ ବକ୍ତୃତା ଏବଂ ବାର୍ତ୍ତାଳାପ କରିଥିଲେ, କିନ୍ତୁ ସେହି ସମୟ ମଧ୍ୟରେ ସମଗ୍ର ସେମିଷ୍ଟାର ପାଠ୍ୟକ୍ରମର ଗୋଟିଏ ଅଧ୍ୟାୟ ମଧ୍ୟ ପଢ଼ାଇ ନ ଥିଲେ।

Share