ମ୍ୟାଜିକ୍‌ ନମ୍ବର ମୁହାଁ ବାଇଡେନ୍‌

ଓ୍ବାଶିଂଟନ,୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ଇତିମଧ୍ୟରେ ୫୦ ରାଜ୍ୟ ମଧ୍ୟରୁ ୪୧ ରାଜ୍ୟର ଫଳାଫଳ ମିଳିଛି। ମିଳିଥିବା ଫଳାଫଳ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପଛରେ ପକାଇ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଆଗୁଆ ରହିଛନ୍ତି। ଇଲେକ୍ଟୋରଲ ଭୋଟ ଗଣତିରେ ବାଇଡେନ୍‌ ୨୨୪ରେ ଥିବାବେଳେ ଟ୍ରମ୍ପ୍‌ ୨୧୩ରେ ରହିଛନ୍ତି। କ୍ଷମତା ହାସଲ ପାଇଁ ମୋଟ ୫୩୮ ଇଲେକ୍ଟୋରଲ ଭୋଟ ମଧ୍ୟରୁ ୨୭୦ ଇଲେକ୍ଟୋରଲ ଭୋଟର ଆବଶ୍ୟକତା ରହିଛି। ବାଇଡେନ ଧିରେଧିରେ ଏହି ମ୍ୟାଜିକ୍‌ ନମ୍ବର ମୁହାଁ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଟ୍ରମ୍ପ୍‌ ଏବଂ ବାଇଡେନ୍‌ଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ହ୍ବାଇଟ୍‌ ହାଉସ୍‌କୁ ସୈନ୍ୟ ଛାଉଣିରେ ପରିଣତ କରାଯାଇଛି।

Share