ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ କରିବ ନାହିଁ ଆମେରିକା

ୱାଶିଂଟନ,୩ ।୧: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଲଗାତାର ତିକ୍ତତା ମଧ୍ୟରେ ଆମେରିକା ରାଷ୍ଟପତି ଜୋ ବାଇଡେନ ଏକ ବଡ କଥା କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ତାଙ୍କ ଦେଶ ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ କରିବ ନାହିଁ । ପଡୋଶୀ ଦେଶର ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ପକ୍ଷରୁ ବଢି ଚାଲିଥିବା ବିପଦକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ରାଷ୍ଟ୍ରପତି ଆମେରିକା ସହ ମିଳିତ ପରମାଣୁ ଅଭ୍ୟାସ ପାଇଁ କହିଥିଲେ ।
ନୂଆବର୍ଷର ଛୁଟି କାଟି ସୋମବାର ରାତିରେ ୱାଶିଂଟନ ଫେରିଥିବା ରାଷ୍ଟ୍ରପତି ବାଇଡେନ କହିଛନ୍ତି ଆମେରିକା ଦକ୍ଷିଣ କୋରିଆ ସହ ପରମାଣୁ ଅଭ୍ୟାସକୁ ନେଇ କୌଣସି ଚର୍ଚ୍ଚା କରିବ ନାହିଁ । ବାଇଡେନଙ୍କୁ ଖବରଦାତାଙ୍କ ପ୍ରଶ୍ନ ଥିଲା କି ସେ କ’ଣ ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ ଉପରେ ଚର୍ଚ୍ଚା କରିବେ । ଏହାକୁ ସଫା ସଫା ମନା କରିଦେଇ ବାଇଡେନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଓଲଙ୍କ ଏ ସମ୍ପର୍କିତ ପ୍ରସ୍ତାବକୁ ଖାରଜ କରିଦେଇଥିଲେ ।

Share