୭ରେ ବାଇଡେନ୍‌-ପୁଟିନ୍‌ ଆଲୋଚନା

ମସ୍କୋ, ୬ା୧୨: ୟୁକ୍ରେନ ସୀମାରେ ରୁଷିଆ ସେନା ମୁତୟନ ବଢ଼ାଇବାକୁ କେନ୍ଦ୍ର କରି ଆମେରିକା ଓ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ୨୦୨୨ ପ୍ରାରମ୍ଭରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚେତାବନୀ ଦେଇଛନ୍ତି। ଏପରିସ୍ଥିତିରେ ଆସନ୍ତା ୭ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡ଼ିମିର ପୁଟିନ୍‌ ଭିଡିଓ କଲ୍‌ ମାଧ୍ୟମରେ ଏ ବାବଦରେ ଆଲୋଚନା କରିବେ। ରଣନୈତିକ ସ୍ଥିରତା, ସାଇବର ଏବଂ ଆଞ୍ଚଳିକ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗ ଉଭୟ ନେତାଙ୍କ ବୈଠକରେ ସ୍ଥାନିତ ହେବ ବୋଲି ହ୍ବାଇଟ୍‌ହାଉସ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ୨୦୧୪ରେ ରୁଷିଆ ଆକ୍ରମଣ କରି ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ଦଖଲ କରିନେଇଥିଲା। ଏହାପରଠାରୁ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ଉପରେ କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କଲେ ଭୟଙ୍କର ପରିଣତି ଭୋଗିବ ବୋଲି ବ୍ଲିଙ୍କେନ୍‌ ଚେତାବନୀ ଦେଇଛନ୍ତି।

Share