ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୧୪।୩ : ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି। ୱାଶିଂଟନ ପୋଷ୍ଟ ଅନୁଯାୟୀ, ଗତ ମାସରେ ଚାଇନାର ଗୁପ୍ତଚର ବେଲୁନ ସମ୍ବେଦନଶୀଳ ସାମରିକ ସ୍ଥାନ ଉପରେ ମିଳିବା ପରେ ବାଇଡେନ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଚାହୁଁଛନ୍ତି। ସେ ଆମେରିକା ଚାଇନା ମଧ୍ୟରେ ଥିବା ଭୁଲ ବୁଝାମଣାକୁ ସୁଧାରିବା ପାଇଁ ଉଦ୍ୟମ କରୁଛନ୍ତି।

ତେବେ କେବେ ଏହି ବାର୍ତ୍ତାଳାପ ହେବ ସେ ନେଇ କୌଣସି ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତେବେ ବିଶ୍ୱ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହେବା ନେଇ ଖବର ପ୍ରକାଶ ପାଇବା ପରେ ଅନ୍ତର୍ଜାତୀୟସ୍ତରରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।

Share