ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍‌: ମସ୍କ

ଓ୍ବାଶିଂଟନ, ୨୦।୨: ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋର ଗତ ପ୍ରାୟ ୧୦ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ସୁନୀତାଙ୍କୁ ବିଭିନ୍ନ ରାଜନୈତିକ କାରଣରୁ ବାଇଡେନ୍‌ ପ୍ରଶାସନ ମହାକାଶରେ ଛାଡ଼ି ଦେଇଥିବା ନେଇ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କ ପରାମର୍ଶଦାତା ତଥା ସ୍ପେସ୍‌ ଏକ୍ସ’ ପ୍ରତିଷ୍ଠାତା ଏଲନ ମସ୍କ ଏକ ଆମେରିକୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ଏହି ସାକ୍ଷାତ୍‌କାରରେ ଟ୍ରମ୍ପ୍‌ କହିଛନ୍ତି, ବାଇଡେନ୍‌ ପ୍ରଶାସନ ସୁନୀତାଙ୍କୁ ମହାକାଶରେ ଫସାଇ ଦେଇଥିଲେ। ଟ୍ରମ୍ପ୍‌ଙ୍କୁ ମସ୍କ ସମର୍ଥନ ଜଣାଇ କହିଛନ୍ତି, ଆମେରିକାର ପୂର୍ବ ପ୍ରଶାସନ ସମୟରେ ସୁନୀତାଙ୍କୁ ମହାକାଶ ପଠାଯାଇଥିବା ବେଳେ ତାଙ୍କର ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ବିଶେଷ ଉଦ୍ୟମ ହୋଇ ନ ଥିଲା। ସୁନୀତା ଏବଂ ବୁଚ୍‌ଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ନେଇ ପଚରାଯିବାରୁ ମସ୍କ କହଛନ୍ତି, ପୂର୍ବରୁ ବହୁବାର ଆଇଏସ୍‌ଏସ୍‌ରୁ ମହାକାଶଯାତ୍ରୀଙ୍କୁ ସଫଳତାର ସହ ଫେରାଇ ଅଣାଯାଇଛି। ଏଥିରେ କିଛି ନୂତନତ୍ତ୍ୱ ନାହିଁ। ଆଉ ୪ ସପ୍ତାହ ମଧ୍ୟରେ ଉଭୟ ସୁନୀତା ଏବଂ ବୁଚ୍‌ଙ୍କୁ ପୃଥିବୀ ଫେରାଇ ଅଣାଯିବାର ମିଶନ ସଫଳ ହେବ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଅନୁରୋଧ କ୍ରମେ ସ୍ପେସ୍‌ ଏକ୍ସ’ ଏବଂ ନାସା ପକ୍ଷରୁ ଉଭୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ଗତିଶୀଳ କରାଯାଇଛି। ବାଇଡେନ୍‌ ପ୍ରଶାସନ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ହାସ୍ୟାସ୍ପଦ ଭାବେ ସ୍ଥଗିତ କରି ରଖିଥିଲେ ବୋଲି ମସ୍କ କହିଛନ୍ତି। ଏହା ସାକ୍ଷାତ୍‌କାରରେ ଟ୍ରମ୍ପ୍‌ ଦାବି କରି କହିଛନ୍ତି, ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ବାଇଡେନ୍‌ଙ୍କ ପ୍ରଶାସନ ମସ୍କଙ୍କର କମ୍ପାନୀ ସ୍ପେସ୍‌ ଏକ୍ସ’କୁ ଗ୍ରୀନ୍‌ ସିଗନାଲ ଦେଇ ନ ଥିଲେ। ପ୍ରକାଶ ଯେ, ୨୦୨୪ ଜୁନ୍‌ରେ ଉଭୟ ସୁନୀତା ଏବଂ ବୁଚ୍‌ ଏକ ୮ ଦିନିଆ ମିଶନରେ ଆଇଏସ୍‌ଏସ୍‌ ଯାଇଥିବାବେଳେ ବୋଇଂ ଏୟାରଲାଇନ୍ସ କ୍ୟାପ୍‌ଶୁଲରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ସେମାନେ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri