ଶେଷକୃତ୍ୟରେ ସାମିଲ ହେବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୧ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୋଗଦେବେ ବୋଲି କହିଛନ୍ତି। କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ସହ ଏ ଯାଏ କଥା ହୋଇ ନ ଥିବା ବାଇଡେନ୍‌ କହିଛନ୍ତି। କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ବିବରଣୀ ଜଣା ନାହିଁ। ତେବେ ମହାରାଣୀଙ୍କ ସତ୍କାରରେ ସେ ଯୋଗଦେବେ ବୋଲି ପ୍ରକାଶ କରିଛନ୍ତି। ଆସନ୍ତା ୧୯ ତାରିଖରେ ଓ୍ବେଷ୍ଟମିନ୍‌ଷ୍ଟର ଆବେରେ ମହାରାଣୀଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ବୋଲି ବକିଂହାମ୍‌ ପ୍ୟାଲେସ ପକ୍ଷରୁ ଶନିବାର କୁହାଯାଉଛି। ଏହି ଚର୍ଚ୍ଚରେ ଏଲିଜାବେଥ୍‌ ଦ୍ୱିତୀୟ ବ୍ରିଟେନ ମହାରାଣୀ ମୁକୁଟ ପିନ୍ଧିଥିଲେ।

Share