ଭାଷଣ ଭୁଲିଗଲେ ବାଇଡେନ

ଓ୍ବାଶିଂଟନ,୩୦ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବାଇଡେନ ଆମେରିକା ସଂସଦରେ ଭାଷଣ ଦେଉଥିବା ସମୟରେ ‘କ୍ଲେପ୍ଟୋକ୍ରାସି’ ଶବ୍ଦ କହିବାରେ ଝୁଣ୍ଟିଥିଲେ। ବାଇଡେନ ୟୁକ୍ରେନକୁ ଅତିରିକ୍ତ ୩୩ ବିଲିୟନ ଡଲାର ସହାୟତା ଲୋଡ଼ିଥିଲେ। ଏହି ସମୟରେ ସେ ତାଙ୍କ ଭାଷଣର ଗୋଟିଏ ଶବ୍ଦରେ ଏପଟସେପଟ ହୋଇଗଲେ। କହିବାକୁ ଗଲେ ଏହି ଶବ୍ଦଟି ତାଙ୍କର ମନେ ହିଁ ପଡ଼ିଲାନି। ସେବେଠାରୁ ଲୋକମାନେ ଟୁଇଟରରେ ତାଙ୍କୁ ଗାଳିଗୁଲଜ ଦେବା ଆରମ୍ଭ କରିଦେଇଛନ୍ତି।

ଆମେରିକା ସିନେଟର ଟମ କ୍ୟାଟନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ବାଇଡେନଙ୍କ ଭାଷଣର ଏକ କ୍ଲିପ୍‌ ପୋଷ୍ଟ କରିଛନ୍ତି। ଅପଲୋଡ୍‌ ହୋଇଥିବା ଭିଡିଓର କ୍ୟାପଶନରେ ସେ ‘ଆଲାର୍ମିଂ’ ଲେଖିଛନ୍ତି। ଏହି କ୍ଲିପ୍‌ରେ ବାଇଡେନଙ୍କୁ ‘କ୍ଲେପ୍ଟୋକ୍ରାସି’ ଶବ୍ଦ ଉପରେ ଝୁଣ୍ଟୁଥିବା ଶୁଣିବାକୁ ମିଳିଛି। ଦୁଇ କିମ୍ବା ତିନି ଥର ଚେଷ୍ଟା ପରେ ସେ ସଠିକ୍‌ ଭାବରେ କହିବାକୁ ସକ୍ଷମ ହୋଇଥିଲେ। ଏହି ଭିଡିଓଟି ଟୁଇଟରରେ ପ୍ରାୟ ୩୭,୦୦୦ ଲାଇକ୍‌ ଏବଂ ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଛି।

Share