ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା ଯାହା ଭାରତ ପାଇଁ ଠିକ ନୁହେଁ: ଜୁନିୟର ଟ୍ରମ୍ପ

ୱାଶିଂଟନ,୧୯ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର କାର୍ଯ୍ୟ ମଧ୍ୟ ଜୋର ଧରିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ରାଷ୍ଟ୍ରପତି ପ୍ରାର୍ଥୀ ଜୋ. ବିଡେନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା ଯାହା ଭାରତ ପାଇଁ ଆଦୌ ଠିକ ନୁହେଁ । ନିଜ ପିତାଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ଜୁନିୟର ଟ୍ରମ୍ପ ଏହା କହିଛନ୍ତି । ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁନିୟର ଟ୍ରମ୍ପ ଏହା ପୂର୍ବରୁ ତାଙ୍କ ପୁସ୍ତକ ମାଧ୍ୟମରେ ବିଡେନକୁ ଭ୍ରଷ୍ଟାଚାରୀ ବୋଲି ମଧ୍ୟ କହିଥିଲେ । ସେ ତାଙ୍କ ପୁସ୍ତକ ‘ଲିବରାଲ ପ୍ରିଭିଲେଜ’ରେ ବିଡେନଙ୍କ ପରିବାର ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି । ବିଶେଷ କରି ବିଡେନଙ୍କ ପୁଅ ଇଣ୍ଟର ବିଡେନଙ୍କୁ ଟାର୍ଗେଟ କରିଛନ୍ତି ଜୁନିୟର ଟ୍ରମ୍ପ । ଚାଇନା ଇଣ୍ଟର ବିଡେନଙ୍କୁ ୧.୫ ଅରବ ଡଲାର ଦେବାର ଉଦ୍ଦେଶ୍ୟ ହେଉଛି ସେ ଜଣେ ଭଲ ଉଦ୍ଦ୍ୟୋଗପତି ଅଥବା ଚାଇନା ଭଲଭାବେ ଜାଣିଛି ଯେ ସେ ବିଡେନଙ୍କ ପରିବାରକୁ କିଣି ପାରିବ । ସେଥିପାଇଁ ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା । ଯାହା ଭାରତ ପାଇଁ ଭଲ ନୁହେଁ ବୋଲି କହିଛନ୍ତି ଜୁନିୟର ଟ୍ରମ୍ପ।

Share