ଚାଇନାର ଗୁଇନ୍ଦା ବେଲୁନକୁ ନଷ୍ଟ କଲା ଆମେରିକା, ଦୁଇ ଦେଶ ମଧ୍ୟରେ ବଢିପାରେ ଉତ୍ତେଜନା

ୱାଶିଂଟନ,୫ ।୨: ଆମେରିକା ଆକାଶରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଲାଣି । ଆସୋସିଏଟେଡ ପ୍ରେସର ରିପୋର୍ଟ ଅନୁଯାୟୀ, ଆମେରିକା ସମୁଦ୍ର ଉପରେ ଚାଇନା ବେଲୁନକୁ ନଷ୍ଟ କରିଦେଇଛି । ଏବେ ଏହାର ଅଳିଆକୁ ଏକାଠି କରାଯାଉଛି । ଶନିବାର ଉତ୍ତର ଆମେରିକାରେ ସମ୍ବେଦନଶୀଳ ସେନା ସ୍ଥଳକୁ ଅତିକ୍ରମ କରିବା ପରେ କ୍ୟାରୋଲିନା ଉପକୂଳରେ ଚାଇନା ଗୁଇନ୍ଦା ବେଲୁନକୁ ନଷ୍ଟ କରିଥିଲା ଆମେରିକା ।
ଜଣେ ଆମେରିକା ଅଧିକାରୀଙ୍କ ସୂଚନା ଆଧାରରେ ସିଏନଏନ କହିଛି ଆମେରିକାରେ ଆଟଲାଣ୍ଟିକ ମହାସାଗର ଉପରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ନଷ୍ଟ କରି ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବେଲୁନକୁ ନଷ୍ଟ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ ଓ ସେନା ଅଧିକାରୀ ଏହାକୁ ସମର୍ଥନ କରିଥିଲେ ।

Share