୩ ଥର ଝୁଣ୍ଟିଲେ ବାଇଡେନ୍‌: ଭିଡ଼ିଓ ଭାଇରାଲ

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଚଢ଼ିବା ସମୟରେ ୩ ଥର ଝୁଣ୍ଟିଛନ୍ତି। ଶେଷରେ ସେ ନିଜକୁ ସମ୍ଭାଳି ବିମାନରେ ପ୍ରବେଶ କରିଛନ୍ତି। ଏହାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧୮ ସେକେଣ୍ଡର ଏହି ଭିଡ଼ିଓରେ ବାଇଡ଼େନ୍‌ ଲଗାତର ୨ ଥର ବିିମାନ ପାହାଚରେ ଝୁଣ୍ଟିବା ପରେ ତୃତୀୟ ଥର ଝୁଣ୍ଟି ଆଣ୍ଠେଇ ପଡ଼ିଥିଲେ। ପରେ ନିଜର ପ୍ୟାଣ୍ଟ୍‌ ଝାଡ଼ି ସେ ବିମାନରେ ପ୍ରବେଶ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଶୁକ୍ରବାର ଆଟଲାଣ୍ଟା ଯାତ୍ରା ସମୟରେ ଏଭଳି ହୋଇଥିବା କୁହାଯାଉଛି।

Share