ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ

ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା ମନଷ୍ୟ ଜଙ୍ଗଲରେ ଶୀକାର କରି କଞ୍ଚା ମାଂସ ଆହାର କରୁଥିଲା । କିନ୍ତୁ ଆଜିର ଡିଜିଟାଲ ଯୁଗରେ ଗରୀବ ପଣିଆ ପୁଣି ମଣିଷକୁ କଞ୍ଚା ମାଂସ ଖାଇବାକୁ ବାଧ୍ୟ କରିଛି । କଥାଟି କାହାଣୀ ପରି ଲାଗୁଥିଲେ ହେଁ ସମ୍ପୂର୍ଣ୍ଣ ସତ୍ୟ । ଦିନେ କି ଦୁଇ ଦିନ ନୁହେଁ ଆଜକୁ ୬/୭ ବର୍ଷ ହେଲା ଜଣେ ଗରୀବ ମଣିଷ ଭିକ୍ଷା ବୃତି କରି ଚଳିବା ସହ ଭୋକ ମେଣ୍ଟାଇବା ପାଇଁ କଞ୍ଚା ମାଂସ ଖାଉଛନ୍ତି। ସବୁଠୁ ବଡ଼ କଥା ହେଲା ଆଜି ଯାଏ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିନାହିଁ ା ଏହି ବ୍ୟକ୍ତି ଜଣକ ହେଲେ ବିଛନ୍ଦ ଦିଗାଲ ।

ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ମୁସିୁଗୁଡାରେ ବିଛନ୍ଦଙ୍କ ଘର। ସେ ପ୍ରାୟ ୬/୭ ବର୍ଷ ହେଲା ଫୁଲବାଣୀ ଆସି ଭିକ୍ଷା ବୃତ୍ତି କରୁଛନ୍ତି। ରହିବା ପାଇଁ ଘର ନ ଥିବାରୁ ମାଦିକୁନ୍ଦା ଛକରେ ଥିବା ଦୋକାନ ବାରଣ୍ଡାରେ ରାତ୍ରି ଯାପନ କରୁଛନ୍ତି। ଭିକ୍ଷା ବୃତିରୁ ଯାହା ମିଳୁଛି ସେଥିରୁ କିଛି ଟଙ୍କା ଛକରେ ଥିବା ବ୍ରଏଲର ଦୋକାନୀଙ୍କୁ ଦେଇ କଲିଜା, କରାଟ କିଣୁଛନ୍ତି। ଦିନକୁ ଦୁଇ ଥର କିଣି ଏହାକୁ କଞ୍ଚା ଖାଉଛନ୍ତି । ବିଛନ୍ଦ କୁହନ୍ତି ମୁଁ ଗରୀବ । ଘରେ କେହି ନାହାନ୍ତି ା ଏଠାରେ ଭିକ୍ଷା ବୃତି କରୁଛି ା ରହିବା ପାଇଁ ଘର ନାହିଁ କି ରୋଷେଇ କରିବାକୁ କିଛି ସୁବିଧା ନାହିଁ । ମୁଁ କଞ୍ଚା ମାଂସ ଖାଇବାକୁ ବାଧ୍ୟ ହେଉଛି । ଏ ସମ୍ପର୍କରେ ବ୍ରଏଲର ଦେକାନୀ କୁହନ୍ତି ସେ ଆମକୁ ୨୦/୩୦ ଟଙ୍କା ଦେଇ କଲିଜା, କରାଟ କିଣି ନେଉଛନ୍ତି। ଆମେ ଭାବୁଥିଲୁ ସେ ରୋଷେଇ କରି ଖାଉଥିବେ । କିନ୍ତୁ ଦେଖିଲା ବେଳକୁ କଞ୍ଚା ଖାଉଛନ୍ତି। ତାଙ୍କୁ ରୋଷେଇ କରି ଖାଇବାକୁ ଅନେକ ଥର କହିଛୁ । ହେଲେ ଓ ଶୁଣୁ ନାହାନ୍ତି । ଏପରି କଞ୍ଚା ମାଂସ ଖାଇ ଚାଲିଛନ୍ତି ।

ଖବର ନେବାରୁ ଜଣାପଡିଛି ବିଛନ୍ଦଙ୍କ ସମାନ୍ୟ ମାନସିକ ବିକୃତି ରହିଛି । ଘରେ ତାଙ୍କର ସ୍ତ୍ରୀ ଅଛନ୍ତି । ଗ୍ରାମରେ ପୈତୃକ ସମ୍ପତି ସହ ଘର ବି ଅଛି । ହେଲେ ସେ ଘରେ ରହୁ ନାହାନ୍ତି। ଫୁଲବାଣୀ ଆସି ଭିକ୍ଷା ବୃତି କରି ଏଭଳି ଜୀବନ ବିତାଉଛନ୍ତି। ଅନେକ ଥର ଘର ଲୋକେ ଆସି ତାଙ୍କୁ ନେଇ ଯାଆନ୍ତି। ହେଲେ ସେ ଗ୍ରାମରେ ନ ରହି ଚାଲି ଆସନ୍ତି। ମାନସିକ ବିକୃତି ଏବଂ ନିଶା ଖାଉଥିବାରୁ ସେ କଞ୍ଚା ମାଂସ ଖାଇ ଦେଉଥିବା ତାଙ୍କ ଗ୍ରାମର କିଛି ବ୍ୟକ୍ତି କହିଛନ୍ତି। ସେ ଭତା ଏବଂ ଚାଉଳ ମଧ୍ୟ ପାଉଥିବା ଜଣାପଡ଼ିଛି । 


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri