Categories: ଜାତୀୟ

ହିଜାବ୍‌ ପରେ ବାଇବେଲ ବିବାଦ…

ବେଙ୍ଗାଲୁରୁ, ୨୫।୪ : କର୍ନାଟକରେ ହିଜାବ ପରେ ଏବେ ବାଇବଲ ବିବାଦ ଆରମ୍ଭ ହୋଇଛି। ବେଙ୍ଗାଲୁରୁର ଏକ ବିଦ୍ୟାଳୟ ଅଭିଭାବକମାନଙ୍କୁ ପଚାରିଛି ଯେ ପିଲାମାନେ ବିଦ୍ୟାଳୟରେ ବାଇବଲ ଆଣିଲେ କିଛି ଆପତ୍ତି ଅଛି କି ? ପିତାମାତାଙ୍କ ମତ ଯାହା ହେଉନା କାହିଁକି, ଦକ୍ଷିଣପନ୍ଥୀ ହିନ୍ଦୁବାଦୀ ସଂଗଠନ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି।

ବେଙ୍ଗାଲୁରୁର ବେସରକାରୀ ’କ୍ଲିୟରାନ୍ସ ହାଇସ୍କୁଲ’ ପକ୍ଷରୁ ପିଲାମାନଙ୍କର ପିତାମାତାଙ୍କଠାରୁ ଲିଖିତ ଭାବେ ଗ୍ରହଣ କରାଯାଇଛି ଯେ ପିଲାମାନେ ପବିତ୍ର ବାଇବଲ ସହିତ ଶ୍ରେଣୀକୁ ଆସିଲେ ସେମାନଙ୍କର କିଛି ଆପତ୍ତି ରହିଛି କି? ହିନ୍ଦୁ ଜନଜାଗରଣ ସମିତି ବିଦ୍ୟାଳୟର ଏହି ପଦକ୍ଷେପକୁ ବିରୋଧ କରିଛି।

ସଂଗଠନର ମୁଖପାତ୍ର ମୋହନ ଗୌଡା କହିଛନ୍ତି ଯେ ଏହିପରି ଭାବରେ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମଗ୍ରନ୍ଥ ପଢ଼ିବାକୁ ବାଧ୍ୟ କରୁଛି। ଅପରପକ୍ଷରେ ବିଦ୍ୟାଳୟ ପରିଚାଳନା ଏନେଇ କହିଛନ୍ତି ଯେ ବିଦ୍ୟାଳୟ ବାଇବଲ ଆଧାରିତ ଶିକ୍ଷା ପ୍ରଦାନ କରିଥାଏ।

Share