Categories: ଜାତୀୟ

ସିବିଆଇ ସମନ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ

କୋଲକାତା,୨୦।୫: ଟିଏମସି ରାଷ୍ଟ୍ରୀୟ ମହାସଚିବ ତଥା ଏମ୍‌ପି ଅଭିଷେକ ବାନାର୍ଜୀ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।ସେଠାରେ ସେ  ଜେରାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ନିକଟରେ ଏହି ମାମଲାରେ କୋଲକାତା ହାଇକୋର୍ଟ ଇଡି ଏବଂ ସିବିଆଇ ତାଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଅଭିଷେକ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଉକ୍ତ ମାମଲାରେ ସିବିଆଇ ଯାଞ୍ଚରୁ ବର୍ତ୍ତିବାକୁ ଗତ ୧୮ ତାରିଖରେ ଅଭିଷେକ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ସିବିଆଇ, ଇଡି ପରି ଏଜେନ୍ସି ତାଙ୍କୁ ପଚରାଉଚରା କରି ପାରିବେ ବୋଲି ଅନୁମତି ଦେଇଥିଲେ। ଏହାପରେ ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା।

Share