Categories: ଖେଳ

ଭୁବନେଶ୍ୱର କୁମାରକୁ ଝଟକା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ଆହୁରି ୬ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ରହିବେ। ଏବେ ସେ ଆଇପିଏଲ୍‌ ୨୦୨୧ ସମୟରେ ହିଁ ମଇଦାନକୁ ଫେରିପାରିବେ। ଅକ୍ଟୋବରରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ ସମୟରେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା। ଫଳରେ ସେ କେବଳ ଗୋଟିଏ ବଲ୍‌ ପକାଇବା ପରେ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ଏଣୁ ସେ ୬ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ରହିବା ପରେ ପଡ଼ିଆକୁ ଓହ୍ଲାଇବେ। ୩୦ ବର୍ଷୀୟ ଏହି କ୍ରିକେଟର ଆସନ୍ତା ମାସରେ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ନିଜର ରିହାବିଲେଟେଶନ ପୂରଣ କରିବେ ବୋଲି ଜଣାପଡ଼ିଛି।

Share