Categories: ଖେଳ

୬ ବର୍ଷ ପରେ ନୋ ବଲ

କଲମ୍ବୋ,୨୦।୭: ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୩ ଉଇକେଟ ନେଇ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। କିନ୍ତୁ ମ୍ୟାଚ୍‌ରେ ସେ ପକାଇଥିବା ଏକମାତ୍ର ନୋ ବଲ ପାଇଁ ବେଶ୍‌ ଚର୍ଚ୍ଚା ଚାଲିଛି ସୋସିଆଲ ମିଡିଆରେ। ଦୀର୍ଘ ୬ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଧାର୍ଯ୍ୟ ସୀମା ଅତିକ୍ରମ କରିଛନ୍ତି ଭୁବି। ଏହି ୬ ବର୍ଷ ମଧ୍ୟରେ ସେ ୩,୯୦୩ଟି ବଲ ପକାଇ ସାରିଛନ୍ତି।

୩୧ ବର୍ଷୀୟ ବୋଲର ପେସର ଅନ୍ତିମ ଥର ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନୋ ବଲ ପକାଇଥିଲେ। ୯ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିବା ଭୁବି କ୍ୟାରିୟରରେ ଏହାକୁ ମିଶାଇ ମାତ୍ର ୫ ଥର ନୋ ବଲ ପକାଇଛନ୍ତି।

Share