Categories: ଖେଳ

ବାପା ହେଲେ ଭୁବନେଶ୍ୱର

ଲକ୍ଷ୍ନୌ,୨୪।୧୧: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବୁଧବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କ ସ୍ତ୍ରୀ ନୁପୁର ନାଗର ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିବାହ ବାର୍ଷିକୀ ପରଦିନ ଏହି ଭୁବନେଶ୍ୱର ଏବଂ ନୁପୁରଙ୍କୁ ଏହି ଖୁସିଖବର ମିଳିଛି। ଏବେ ଉଭୟ ମା’ ଏବଂ ଝିଅ ସୁସ୍ଥ ଥିବା ମେରଠ ଜିଲା କ୍ରିକେଟ୍‌ ଆସୋସିଏସନ୍‌(ଏମଡିସିଏ) କୋଷାଧ୍ୟକ୍ଷ ରାକେଶ ଗୋଏଲ ସୂଚନା ଦେଇଛନ୍ତି। ଭୁବନେଶ୍ୱର ଏବଂ ନୁପୁର ନଭେମ୍ବର ୨୩, ୨୦୧୭ରେ ବିବାହ କରିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ବିରାଟ କୋହଲି ଏବଂ ଉମେଶ ଯାଦବ କନ୍ୟା ସନ୍ତାନର ପିତା ହୋଇଥିଲେ।
ନିକଟରେ ଭୁବନେଶ୍ୱର କୁମାର ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିଥିଲେ। ସେ ସିରିଜ୍‌ର ସମସ୍ତ ମ୍ୟାଚ୍‌ ଖେଳି ୩ଟି ଉଇକେଟ୍‌ ନେଇଥିଲେ।

Share