Categories: ଖେଳ

ଯୁବତୀ ବେଶରେ ହାଇଦ୍ରାବାଦର ଖେଳାଳି: ପ୍ରଶଂସକ କହୁଛନ୍ତି…

ମୁମ୍ବାଇ,୨୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୨ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଛି ସନରାଇଜର୍ସ ହାଇଦ୍ରାବାଦ। କେନ୍‌ ଓ୍ବିଲିୟମ୍‌ସନ ନେତୃତ୍ୱାଧୀନ ଏହି ଟିମ୍‌ ଏଯାବତ ୮ ମୁକାବିଲା ଖେଳିଥିବା ବେଳେ ୫ଟିରେ ବିଜେତା ହୋଇଛି। ଟୁର୍ନାମେଣ୍ଟ ଅଙ୍କତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି। ଏସବୁ ମଧ୍ୟରେ ହାଇଦ୍ରାବାଦର ଖେଳାଳି ଓ୍ବାଶିଂଟନ ସୁନ୍ଦର ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଭୁବନେଶ୍ୱର କୁମାର ଏବଂ ଓ୍ବାଶିଂଟନ ସୁନ୍ଦରଙ୍କୁ ଯୁବତୀ ବେଶରେ ଦେଖିବାକୁ ମିଳୁଛି। ଏହା ଏବେ ବେଶ ଭାଇରାଲ ହେଉଥିବା ବେଳେ ମଜାଦାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ପ୍ରଶଂସକ ‘ସୁନ୍ଦରୀ ଆଉ ଭୁବନେଶ୍ୱରୀ’ ବୋଲି କହୁଛନ୍ତି। ତେବେ ଚଳିତ ଆଇପିଏଲ୍‌ରେ ଭୁବନେଶ୍ୱର କୁମାରଙ୍କୁ ଫ୍ରାଞ୍ଚାଇଜ୍‌ ୪.୨୦ କୋଟିରେ କିଣିଥିବା ବେଳେ ସୁନ୍ଦରଙ୍କୁ ୮.୭୫ କୋଟିରେ କିଣିଛି। ସୁନ୍ଦର ଗତ ସିଜନରେ ଆର୍‌ସିବିରେ ଥିଲେ।

Share