ଭୁଶୁଡ଼ିଲା ନିରାକାରପୁର କଲେଜ ଗୃହ

ନିରାକାରପୁର,୧୪।୧୦(ଡି.ଏନ୍‌.ଏ.)- ନିରାକାରପୁର ପଞ୍ଚାୟତରେ ଥିବା ପୁରାତନ କ୍ଷେତ୍ରବାସୀ ଡିଏଭି କଲେଜରେ ବୁଧବାର ଏକ ଶ୍ରେଣୀଗୃହ ଭୁଶୁଡ଼ି ପଡ଼ିଛି। ସୂଚନା ଥାଉ କି, ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ବୁଧବାର ଭୋରୁ ଏହି କଲେଜ ପରିସରରେ ଥିବା ସୁଇମିଂ ପୋଲ ସାମ୍ନାରେ ଥିବା ପୁରାତନ ଆଜବେଷ୍ଟସ୍‌ ଘରର ପୂର୍ବପଟ କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିଲା। ଫଳରେ କଲେଜ ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା। ପରେ ଏହି ରାସ୍ତା ଦେଇ କେତେଜଣ ଲୋକ ମର୍ନିଂ ଓ୍ବାକରେ ଯାଇଥିବାବେଳେ ପାଚେରି ଭାଙ୍ଗି ପଡ଼ିଥିବା ଦେଖି କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବରପାଇ କଲେଜ ଅଧ୍ୟକ୍ଷ ଅଶୋକ କୁମାର ବଳବନ୍ତରାୟଙ୍କ ପହଞ୍ଚତ୍ କେତେଜଣ କର୍ମଚାରୀଙ୍କୁ କହି ଜେସିବି ଲଗାଇ ସେହି ସ୍ଥାନଟି ସଫା କରିଥିଲେ। ଏ ନେଇ ଅଧ୍ୟକ୍ଷ ବଳବନ୍ତରାୟ କହିଛନ୍ତି, ସେ ଘରଟି ପୁରୁଣା ହୋଇଯାଇଥିବାରୁ କଲେଜର ଭଙ୍ଗା ସାମଗ୍ରୀ ରଖାଯାଉଥିଲା। ଏବେ ତାକୁ ପାଚେରି କରିଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ନନ୍ଦନକାନନ ଆସିଲେ ୧୯ ପଶୁପକ୍ଷୀ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ଶୁକ୍ରବାର ଭୋର୍‌ ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଦଳବଦଳ ପ୍ରକିୟାରେ ୧୯ ନୂଆ ଅତିଥି (ପଶୁପକ୍ଷୀ) ଆସି ପହଞ୍ଚିଛନ୍ତି। ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri