ଭୂଷଣ୍ଡେଶ୍ୱର-ଚନ୍ଦନେଶ୍ୱରଙ୍କଠାରେ ଜାଗର ଜାଳିଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଭୋଗରାଇ,୨୬ା୨(ପ୍ରଦୀପ ଦାସ): ମହାଶିବରାତ୍ରିରେ ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମହାଦେବ ମନ୍ଦିର। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମନ୍ଦିର ସମେତ ବାଲେଶ୍ୱର ଜିଲାର ସମସ୍ତ ଶୈବପୀଠରେ ଚିରାଚରିତ ଧର୍ମୀୟ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୈବଭକ୍ତଙ୍କ ଗହଳି ଲାଗିଛି। ଭୋଗରାଇ ସୀମାନ୍ତ ହୁଗୁଳି ଗ୍ରାମର କୂଳ ପାଉ ନ ଥିବା ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ଓ ସୁବର୍ଣ୍ଣରେଖା ନଦୀ ପାର୍ଶ୍ୱସ୍ଥ କୁମ୍ଭୀରଗଡ଼ି ପାହି ଅଞ୍ଚଳର ବିଶ୍ୱ ବିଖ୍ୟାତ ବିଶାଳକାୟ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମହାଦେବଙ୍କ ସହ ଶତାଧିକ ଶୈବପୀଠରେ ପ୍ରତ୍ୟୁଷରୁ ଶୈବଭକ୍ତଙ୍କ ପୂଜାର୍ଚ୍ଚନା, ଜଳାଭିଷେକ, ନୀତିକାନ୍ତ ପୂଜାପାଠ, ରୁଦ୍ରାଭିଷେକରେ ସମଗ୍ର ଅଞ୍ଚଳ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭୂଷଣ୍ଡେଶ୍ୱର ମହାଦେବଙ୍କଠାରେ ସନ୍ଧ୍ୟା ୬ଟାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଥମକରି ଲକ୍ଷାଧିକ ଦୀପ ଜାଳି ଶ୍ରଦ୍ଧାଳୁମାନେ ଶଙ୍କରଙ୍କୁ ଆରାଧନା କରିଥିଲେ। ଭକ୍ତଙ୍କ ପ୍ରବଳ ଭିଡରେ ସେବାୟତ ଓ ପୋଲିସ ଏକ ପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଦୂରଦୂରାନ୍ତରୁ ଜାଗର ଜଳିବାକୁ ଆସିଥିବା ଶୈବଭକ୍ତଙ୍କ ଆଗମନରେ ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର ମନ୍ଦିର ଭକ୍ତମୟ ହୋଇଥିଲା। ଭୋଗରାଇ ଚୌକି ଗ୍ରାମର ନୀଳକଣ୍ଠେଶର, ଦେଉଳାହାଟରେ ଅନନ୍ତ ପୁରୁଷୋତ୍ତମ, ଭୋଗରାଇ ଓ କମର୍ଦ୍ଦାରେ ବାରଦେଉଳି, କୁମ୍ଭାରମୂଳିରେ ଧବଳେଶ୍ୱର, କଳାହିରେ ସିଦ୍ଧେଶ୍ୱର, କୁସୁଡ଼ାରେ ବଡ଼ ଆରୁହାବୃତ୍ତିରେ ଅଷ୍ଟଶମ୍ଭୁ ସହିତ ପସରବିନ୍ଧା, ଭୋଗରାଇ ଲକ, ମହେଶ୍ୱରପୁର, ବାଉଁଶଡିହା ଗ୍ରାମୀଣ ମହାଦେବଙ୍କଠାରେ ଶୈବଭକ୍ତମାନେ ଆରାଧନା କରିଥିଲେ। ସମସ୍ତ ଶୈବପୀଠରେ ଫୁଲମାଳ, ଦୀପ ପ୍ରଜ୍ଜଳନ ସହିତ ରଙ୍ଗୀନ ବିଦ୍ୟୁତ ଆଲୋକମାଳାରେ ମହାଦେବ ମନ୍ଦିର ଝଲସୁଥିବା ବେଳେ ଭୋର ୪ଟା ୧୫ରେ ମହାଦୀପ ଉଠିବା ପରେ ବ୍ରତଚାରୀମାନେ ମହାଦେବଙ୍କ ପଞ୍ଚାମୃତ ପାନ କରି ମନସ୍କାମନା ପୂର୍ବକ ବ୍ରତ ଶେଷ କରିବେ।

ଭୂଷଣ୍ଡେଶ୍ୱର ମହାଦେବ ଟ୍ରଷ୍ଟ ବୋର୍ଡ଼ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଅକ୍ଳାନ୍ତ ଉଦ୍ୟମରେ ଚଳିତବର୍ଷ ଏଠାରେ ୧ ଲକ୍ଷ ଦୀପ ଜାଳି ଶ୍ରଦ୍ଧାଳୁମାନେ ଭିନ୍ନ ଆକର୍ଷଣ ସୃଷ୍ଟି କରିଥିଲେ। ମହାଶିବ ରାତ୍ରିରେ ମହାଦେବଙ୍କଠାରେ ଧାର୍ମିକ ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳ, ସ୍ବାସ୍ଥ୍ୟସେବା,ଶୌଚାଗାର ପ୍ରତି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ଚନ୍ଦନେଶ୍ୱରରେ ସାଢେ ୩ ପ୍ଲାଟୁନ ଓ ଭୂଷଣ୍ଡେଶ୍ୱର ମନ୍ଦିରରେ ସାଢେ ୨ ପ୍ଲାଟୁନ ପୋଲିସ ଫୋର୍ସ ୩୨ ଅଫିସର, ୨୦ କନଷ୍ଟେବଳ, ୩୯ ହୋମଗାର୍ଡ ମୁତୟନ ହୋଇଥିବାର ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଥିଲେ। ବାଲେଶ୍ୱର ଏସ୍‌ପି ରାଜ ପ୍ରସାଦ ପ୍ରସିଦ୍ଧ ୨ ଶୈବପୀଠରେ ଆଇନଶୃଙ୍ଖଳା ପ୍ରତି କଡ଼ା ନଜର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଭଞ୍ଜନଗର କେଭି ପାଇଁ ୭ ପିଜିଟି ଶିକ୍ଷକ ଅନୁମୋଦନ, + ୨ ଖୋଲିବା ନେଇ ଅଧ୍ୟକ୍ଷ…

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ…

ଇରାନ-ଆମେରିକା ମଧ୍ୟରେ ହୋଇଗଲା ଡିଲ? କାମ ଦେଲା କି ପାକିସ୍ତାନର ମଧ୍ୟସ୍ଥତା?

ତେହରାନ୍‌,୩୦।୩: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଯୋଗୁ, ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି, ଯାହା ସିଧାସଳଖ ସାମୁଦ୍ରିକ ଯାତାୟାତକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତି ମଧ୍ୟରେ,…

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri