Categories: ଜାତୀୟ

ଆନ୍ଦୋଳନକାରୀ କୃଷକଙ୍କ ପାଇଁ ଖାଦ୍ୟ-ପାନୀୟ, ରହିବା ବ୍ୟବସ୍ଥା କରନ୍ତୁ ହରିଆଣାବାସୀ: ଭୂପେନ୍ଦ୍ର ସିଂହ

ଚଣ୍ଡିଗଡ଼,୨୭।୧୧: କୃଷି ଆଇନ ବିରୋଧରେ ପଞ୍ଜାବରୁ ବାହାରିଥିବା କୃଷକ ମୋର୍ଚ୍ଚା ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛି। କୃଷକଙ୍କ ଆନ୍ଦୋଳନ ନାଁରେ ଏବେ ରାଜନୀତି ସରଗରମ ହୋଇଛି। ଇତିମଧ୍ୟରେ ଆନ୍ଦୋଳନକାରୀ କୃଷକଙ୍କ ଖାଦ୍ୟ-ପାନୀୟ, ରହିବା ଓ ଉପଚାରର ବ୍ୟବସ୍ଥା କରିବାକୁ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ହରିଆଣାବାସୀଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ କୃଷକଙ୍କୁ ସମର୍ଥନ କରିବା ସହ ତାଙ୍କ ଉପରେ ପ୍ରୟୋଗ ହୋଇଥିବା ଲୁହ ବୁହା ଗ୍ୟାସ ଓ ପାଣିକୁ ନିନ୍ଦା କରିଛନ୍ତି। ଅହିଂସା ଢ଼ଙ୍ଗରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ଆଲୋଚନା କରିବାକୁ ସରକାର ଆଗକୁ ଆସନ୍ତୁ ବୋଲି ଭୂପେନ୍ଦ୍ର ସିଂହ କହିଛନ୍ତି।

Share