Categories: ଜାତୀୟ

ଭୂପେଶ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯ା୧୦: ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୂପେଶ ବଘେଲ। ସରକାର ବିରୋଧୀ ହାଓ୍ବାକୁ ନେଇ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାମ ଶୀର୍ଷରେ ରହିଛି। ଭୂପେଶ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସନ ଅଧିକାର କରିବା ପରଠାରୁ ସରକାର ବିରୋଧୀ ହାଓ୍ବା ଅନ୍ୟ ରାଜ୍ୟ ତୁଳନାରେ କମ୍‌ ଅର୍ଥାତ୍‌ ୬% ଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭୂପେଶଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ତାଲିକାର ସବାଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ନାମ ରହିଛି। ତାଙ୍କ ଶାସନକାଳରେ ୩୫.୪% ସରକାର ବିରୋଧୀ ହାଓ୍ବା ଦେଖିବାକୁ ମିଳିଛି। ପ୍ରତି ୩ ମାସରେ ଥରେଲେଖା ଆଇଏଏନ୍‌ଏସ୍‌-ସି ଭୋଟର ଟ୍ରାକର ଜରିଆରେ କରାଯାଇଥିବା ଏହି ସର୍ଭେରେ ମୋଟ ୨୫,୦୦୦ଙ୍କ ମତ ସଂଗ୍ରହ କରାଯାଇଥାଏ।

Share