Categories: ଜାତୀୟ

ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା

ରାୟପୁର,୨୬।୧: ରାଜ୍ୟରେ ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା। ଚଳିତ ବର୍ଷ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁବାର ଏହି ବଡ଼ ଘୋଷଣା କରିଛନ୍ତି।
ଲାଲବାଗ ପରେଡ୍‌ ପଡିଆରେ ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ବଘେଲ ରାୟପୁର ବିମାନବନ୍ଦର ନିକଟରେ ଏରୋସିଟି ସ୍ଥାପନ, ଗୃହ ସହାୟତା ସମେତ ଅନେକ ଘୋଷଣା କରିଥିଲେ। ଶ୍ରମିକମାନଙ୍କ ପାଇଁ ଯୋଜନା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଆଦି ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇଛନ୍ତି।

Share