Categories: ଜାତୀୟ

ଡିସେମ୍ବର ୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ, ଯୋଗଦେବେ ମୋଦି

ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ରେକର୍ଡ ବିଜୟ ହାସଲ କରିଛି। ୧୮୨ ଆସନ ବିଷିଷ୍ଟ ବିଧାନସଭାରେ ଭାଜପା ୧୫୬ଟି ଆସନରେ  କଂଗ୍ରେସ ୧୭, ଏଏପି ୫ ଏବଂ ଅନ୍ୟାନ୍ୟ ୪ ଆସନରେ ବିଜୟୀ ହୋଇଛନ୍ତି । ଦଳର ବିଜୟ ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜନାଦେଶ  ସ୍ପଷ୍ଟ ହୋଇଛି। ଦୁଇ ଦଶନ୍ଧି ଧରି ଚାଲିଆସୁଥିବା ଗୁଜରାଟର ଏହି ବିକାଶ ଯାତ୍ରା ଜାରି ରଖିବାକୁ ଏଠାକାର ଲୋକମାନେ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ପୁଣି ଥରେ ଭାଜପା ଉପରେ ଅଦମ୍ୟ ବିଶ୍ୱାସ ଦେଖାଇଛନ୍ତି।
ଡିସେମ୍ବର ୧୨ରେ ଅପରାହ୍ନ ୨ଟାରେ ଗୁଜରାଟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭୂପେନ୍ଦ୍ର ପଟେଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଅଂଶଗ୍ରହଣ କରିବେ। ରାଜ୍ୟ ଭାଜପା ମୁଖ୍ୟ ସିଆର ପାଟିଲ ଏହି ସୂଚନା ଦେଇଛନ୍ତି।

Share