Categories: ଜାତୀୟ

ଦ୍ୱିତୀୟ ଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ

ଅହମଦାବାଦ,୧୨ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଐତିହାସିକ ବିଜୟ ପରେ ଏବେ ମନ୍ତ୍ରିମଣ୍ଡଳ ଶପଥଗ୍ରହଣ ସମାରୋହର ପ୍ରସ୍ତୁତି ଚାଲିଛି । ଭୁପେନ୍ଦ୍ର ପଟେଲ ଲଗାତାର ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ସୋମବାର ଅର୍ଥାତ୍ ୧୨ ଡିସେମ୍ବର ଦିନ ପ୍ରାୟ ୨ଟା ବେଳେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ଗାନ୍ଧିନଗରର ହେଲିପ୍ୟାଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ସମାରୋହ ପୂର୍ବରୁ ରବିବାର ରାତିରେ ବଛାଯାଇଥିବା ବିଧାୟକଙ୍କୁ ଶପଥ ଗ୍ରହଣ ପାଇଁ ସୂଚନା ଦିଆଯାଇଛି । ଭାଜପା ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲ ବଛାଯାଇଥିବା ବିଧାୟକଙ୍କୁ ଫୋନ ଯୋଗେ ଜଣାଇଥିଲେ କି ସୋମବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏବେ ପର୍ଯ୍ୟନ୍ତ ଯେଉଁମାନଙ୍କୁ ଶପଥ ଗ୍ରହଣ କରିବାକୁ ଫୋନ ମାଧ୍ୟମରେ ଜଣାଇ ଦିଆଯାଇଛି ସେମାନଙ୍କ ମଧ୍ୟରେ ପ୍ରାୟ ୧୭ ଜଣ ବିଧାୟକ ରହିଛନ୍ତି । ସେଥିପାଇଁ ଏମାନେ ନୂଆ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ହେବା ନିଶ୍ଚିତ ବୋଲି କୁହାଯାଉଛି କି ସୋମବାର ଶପଥ ଗ୍ରହଣ ସମାରୋହରେ ଏମାନଙ୍କୁ ମନ୍ତ୍ରୀ କରାଯିବ । ଏମାନଙ୍କ ମଧ୍ୟରେ କେତେଜଣ ନୂଆ ବିଧାୟକଙ୍କ ନାମ ରହିଛି ଯେଉଁମାନେ ପ୍ରଥମଥର ମନ୍ତ୍ରୀ ହେବାକୁ ଯାଉଛନ୍ତି ।

Share