Categories: ଜାତୀୟ

ନିଜ କ୍ୟାବିନେଟ ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ,୯।୧୨: ଗୁଜରାଟରେ ୧୫୬ ଆସନ ଜିତି ଭାଜପା ଏକ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାକୁ ନଜରରେ ରଖି ଭୂପେନ୍ଦ୍ର ପଟେଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରାୟ ମଧ୍ୟାହ୍ନ ୧୨ଟାରେ ନିଜ କ୍ୟାବିନେଟ ସହ ଭୂପେନ୍ଦ୍ର ରାଜଭବନରେ ପହଞ୍ଚି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହି ସମୟରେ ସେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

 

Share