Categories: ଜାତୀୟ

ଭୂମି ପୂଜନ ଶେଷ: ରାମଲଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ ମୋଦି

ଅଯୋଧ୍ୟା, ୫।୮: ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ଶେଷ ହୋଇଛି। ୧୨ଟା ୩୦ରୁ ଅଧମିନିଟ ପାଇଁ ଥିବା ମାତ୍ର ୩୨ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭୂମିପୂଜନ ଏବଂ ଶିଳାନ୍ୟାସ ବୁଧବାର ସମ୍ପନ୍ନ ହୋଇଛି। ମୋଦି ରାମଲଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଛନ୍ତି। ଏବେ ମୋଦିଙ୍କର ଏହି ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାଢ଼େ ୩ ବର୍ଷ ମଧ୍ୟରେ ରାମଲଲାଙ୍କ ମନ୍ଦିର ନିର୍ମାଣ ଶେଷ କରାଯିବାକୁ ସମୟ ଧାର୍ଯ୍ୟ ହୋଇଛି। ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ ଶେଷ କରିବାକୁ ଯୋଜନା କରାଯାଇଛି। ୩୨ ମାସ ମଧ୍ୟରେ ମନ୍ଦିର ନିର୍ମାଣ ଶେଷ କରିବାକୁ ରାମଜନ୍ମ ଭୂମି ନ୍ୟାସ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ସମୟରେ ବଳକା କାମ ଗୁଡ଼ିକ କରାଯିବ ବୋଲି ନ୍ୟାସ ପକ୍ଷରୁ କୁହାଯାଇଛି।

Share