ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି ଭୂମି

ମୁମ୍ବାଇ: ବଡ ପରଦାରେ ନିଜ ଅଭିନୟର ଜଲୱା ଦେଖାଇ ସାରିଥିବା ଭୂମି ପେଡନେକର ସବୁବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି । ଅନେକ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କ ୱାର୍କ ଆଉଟର ଫଟୋ ପୋଷ୍ଟ କରିଥାଆନ୍ତି । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ୱାର୍କ ଆଉଟ ପରର ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଏଥିରେ ଭୁମି ୟେଲୋ କଲର ଟି ସାଙ୍ଗକୁ ବ୍ଲାକ କଲର ଟ୍ରାଉଜର ପିନ୍ଧିଥିବା ନଜର ଆସିଛି । ଏଥିରେ ଭୂମିଙ୍କ ଚେହେରାରେ ତାଙ୍କ ୱାର୍କ ଆଉଟର ଗ୍ଲୋ ସମ୍ପୂର୍ଣ୍ଣ ଭାବେ ବାରି ହୋଇ ପଡିଛି । ଏହି ଫଟୋ ସହ ସେ କେବଳ ଓକେ ଲେଖି ନିଦବାଲା ଏକ ଇମୋଜି ପୋଷ୍ଟ କରିଛନ୍ତି । ୱାର୍କଫ୍ରଣ୍ଟ କଥା କହିଲେ ବଲିଉଡରେ କିଛି ମୁଭିରେ କାମ କରିଥିବା ଭୂମି ଚଳିତ ବର୍ଷ ୨ଟି ମୁଭି ‘ବଧାଇ ଦୋ’ ଓ ୩ରକ୍ଷା ବନ୍ଧନ’ରେ ନଜର ଆସିବେ ।

Share