ସୁଶାନ୍ତଙ୍କ ପାଇଁ ଏହି କାମ କରିବାକୁ ଯାଉଛନ୍ତି ଭୂମି

ମୁମ୍ବାଇ: ଅସମୟରେ ଆତ୍ମହତ୍ୟା କରି ସମସ୍ତଙ୍କ ନିକଟରୁ ଚୀର ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜିବି ତାଙ୍କ ପ୍ରଶଂସକ ଓ ସାଥି କଳାକାରଙ୍କ ନିକଟରେ ଅଭୁଲା ହୋଇ ରହିଛନ୍ତି। ତାଙ୍କ ସ୍ମୃତିରେ ଏବେ ବଲିଉଡ୍‌ ନାୟିକା ତଥା ସୁଶାନ୍ତଙ୍କ କୋ-ଷ୍ଟାର ଥିବା ଭୂମି ପେଡେନେକର ୫୫୦ ଗରିବ ଲୋକଙ୍କୁ ଖାଇବାକୁ ଦେବାକୁ ସ୍ଥିର କରିଛନ୍ତି। ‘ଏକ ସାଥ ଫାଉଣ୍ଡେଶନ’ ଜରିଆରେ ସେ ଏହି କାମ କରିବେ ବୋଲି କହିଛନ୍ତି। ନିକଟରେ ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଭୂମି ସୁଶାନ୍ତଙ୍କ ସହ ବଲିଉଡ୍‌ ମୁଭି ‘ସୋନଚିଡିୟା’ରେ ନଜର ଆସିଥିବା ବେଳେ ଉଭୟ ଭଲ ବନ୍ଧୁ ପାଲଟି ଯାଇଥିଲେ। ତେଣୁ ତାଙ୍କ ସ୍ମୃତିରେ ଏବେ ଏହି କାମ କରିବାକୁ ଯାଉଥିବା କହିଛନ୍ତି।

Share