ଲିପ ସର୍ଜରୀ କରିଛନ୍ତି ଭୁମି!

ମୁମ୍ବାଇ: ଅଭିନେତ୍ରୀ ଭୁମି ପେଡନେକର ନିଜ ଚେଷ୍ଟାରେ ବଲିଉଡରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। କାଷ୍ଟିଂ ଏଜେନ୍ସିରେ କାମ କରିବା ଠାରୁ ଆରମ୍ଭ କରି ମୁଭିରେ କାମ କରିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ରହିଛି । ତାଙ୍କର ଡେବ୍ୟୁ ମୁଭି ‘ଦମ ଲଗା କୋ ହଇଶା’ପାଇଁ ସେ ନିଜର ଓଜନ ବଢାଇଥିଲେ, କିନ୍ତୁ ଫିଲ୍ମର ଗୋଟିଏ ବର୍ଷ ପରେ ସେ ୮୯କିଲୋରୁ ୫୭ କିଲୋକୁ ହ୍ରାସ କରିଥିଲେ। ଆଜି ସେ ନିଜ ଫିଟ ଶରୀର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା।
ତେବେ ତାଙ୍କର ଲେଟେଷ୍ଟ ଫଟୋକୁ ଦେଖି ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ସେ ଓଠର ସର୍ଜରୀ କରିଛନ୍ତି ଏବଂ ଦର୍ଶକେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି। ଭୁମି ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଛନ୍ତି, ହେଲେ ସମସ୍ତଙ୍କ ନଜର ତାଙ୍କ ଓଠ ଉପରକୁ ଯାଉଛି ଏବଂ ଦର୍ଶକେ ଏହା ଉପରେ କେମଣ୍ଟେ ବି କରିଛନ୍ତି।
ଜୁନ ୨୧ରେ ଭୁମି ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ବଗିଚାରେ ବସିଥିବାର ନଜର ଆସିଛନ୍ତି। ଜଣେ ୟୁଜର ତାଙ୍କ ଫଟୋ ଉପରେ ଲେଖିଥିଲେ – ଆପଣ ନ୍ୟାଚୁରାଲ ବିୟୁଟି ଥିଲେ। ଆପଣଙ୍କୁ ଲିପ ଫିଲର୍‌ ଆବଶ୍ୟକତା ନ ଥିଲା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ଆପଣଙ୍କ ଓଠରେ କ’ଣ ହେଲା।
ଅନ୍ୟପଟେ ଭୁମିଙ୍କ ଦ୍ୱିତୀୟ ଫଟୋ ଓ ଭିଡିଓ ଦେଖି ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- କରିଦେଇଛନ୍ତି ଲିପ ସର୍ଜରୀ। ଆଉ ଜଣେ ଲେଖିଛନ୍ତି ମୋଟା ଲିପ୍ସ ଅଦ୍ଭୁତ ଲାଗୁନାହିଁ, ନ୍ୟାଚୁରାଲ ଭଳି ଲାଗୁନି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?